ଭାଲୁ ଆକ୍ରମଣରେ ଠିକାଦାର ମୃତ

ନବରଙ୍ଗପୁର : ନବରଙ୍ଗପୁର ବ୍ଲକ ଭତ୍ରା ଗ୍ରାମରେ ଅଘଟଣ । ଭାଲୁ ଆକ୍ରମଣରେ ଠିକାଦାର ମୃତ I ଶୌଚ ହେବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମୃତ ଠିକାଦାର ହେଲେ ବ୍ରିଜେଶ କୁମାର ଦ୍ୱିବେଦୀ। ତାଙ୍କ ବୟସ ପାଖାପାଖି ୫୦ ବର୍ଷ ହୋଇଥିବା ବେଳେ ସେ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ବ୍ରିଜେଶ ନବରଙ୍ଗପୁର ବ୍ଲକ୍ ଭତରାସିଉନି ପଞ୍ଚାୟତ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର-ବିଶାଖାପାଟଣା ନିର୍ମାଣାଧୀନ ଜାତୀୟ […]

Samaya Live Picture
Published On

ନବରଙ୍ଗପୁର : ନବରଙ୍ଗପୁର ବ୍ଲକ ଭତ୍ରା ଗ୍ରାମରେ ଅଘଟଣ । ଭାଲୁ ଆକ୍ରମଣରେ ଠିକାଦାର ମୃତ I ଶୌଚ ହେବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମୃତ ଠିକାଦାର ହେଲେ ବ୍ରିଜେଶ କୁମାର ଦ୍ୱିବେଦୀ। ତାଙ୍କ ବୟସ ପାଖାପାଖି ୫୦ ବର୍ଷ ହୋଇଥିବା ବେଳେ ସେ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ବ୍ରିଜେଶ ନବରଙ୍ଗପୁର ବ୍ଲକ୍ ଭତରାସିଉନି ପଞ୍ଚାୟତ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର-ବିଶାଖାପାଟଣା ନିର୍ମାଣାଧୀନ ଜାତୀୟ ରାଜପଥରେ ପେଟି ଠିକାଦାର ଭାବେ ନିୟୋଜିତ ହୋଇଥିଲେ I ରାସ୍ତା ପାର୍ଶ୍ୱରେ ଥିବା ଅସ୍ଥାୟୀ ଶ୍ରମିକ ମାନଙ୍କ କ୍ୟାମ୍ପରେ ସେ ରହୁଥିଲେ I ଆଜି ସକାଳେ ଶୌଚ ପାଇଁ ଯାଉଥିବାବେଳେ ଭାଲୁ ହାବୁଡ଼ରେ ପଡିଯାଇଥିଲେ I ଭାଲୁଟି ଅତର୍କିତ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Tags: