ରେଳ ଟ୍ରାକରେ ପଶିଗଲା କଣ୍ଟେନର,ରେଳ ଚଳାଚଳ ବାଧାପ୍ରାପ୍ତ
ନୀଳଗିରି : ଅଳ୍ପକେ ଟଳିଲା ଆଉ ଏକ ରେଳ ଦୁର୍ଘଟଣା I ରେଳ ଫାଟକ ଭାଙ୍ଗି ଟ୍ରାକକୁ ଚଢ଼ିଗଲା ଏକ କାର୍ ବୋଝେଇ କଣ୍ଟେନର । ବାଲେଶ୍ଵର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାମ୍ପଦା ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ଫାଟକ ଭାଙ୍ଗି କଣ୍ଟେନରଟି ଟ୍ରାକ୍କୁ ଚଢିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୁଇ ଘଣ୍ଟା ହେବ ବାଲେଶ୍ବର-ନୀଳଗିରି ଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଡ୍ରାଇଭରକୁ ନିଶାସକ୍ତ ଅବସ୍ଥାରେ କଣ୍ଟେନର ଚଳାଉଥିବା […]
ନୀଳଗିରି : ଅଳ୍ପକେ ଟଳିଲା ଆଉ ଏକ ରେଳ ଦୁର୍ଘଟଣା I ରେଳ ଫାଟକ ଭାଙ୍ଗି ଟ୍ରାକକୁ ଚଢ଼ିଗଲା ଏକ କାର୍ ବୋଝେଇ କଣ୍ଟେନର । ବାଲେଶ୍ଵର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାମ୍ପଦା ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ଫାଟକ ଭାଙ୍ଗି କଣ୍ଟେନରଟି ଟ୍ରାକ୍କୁ ଚଢିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୁଇ ଘଣ୍ଟା ହେବ ବାଲେଶ୍ବର-ନୀଳଗିରି ଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଡ୍ରାଇଭରକୁ ନିଶାସକ୍ତ ଅବସ୍ଥାରେ କଣ୍ଟେନର ଚଳାଉଥିବା ଜଣାପଡିଛି । ପୁଲିସ ତାକୁ ଅଟକ ରଖିଛି ।
ସୂଚନା ଅନୁସାରେ, ଟେଷ୍ଟ ଡ୍ରାଇଭ୍ କାରକୁ ବଞ୍ଚାଇବାକୁ ଯାଇ ରେଳ ଲାଇନ୍ ଉପରେ ଚଢିଗଲା କଣ୍ଟେନର। କର୍ଣ୍ଣାଟକ ନମ୍ବର ଥିବା କଣ୍ଟେନରଟିରେ ନୂଆ କାର ବୋଝେଇ ହୋଇ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ବାମ୍ପଦା ନିକଟରେ ଏକ ଗାଡ଼ିକୁ ଧକ୍କା ଦେଇ ଭାରସାମ୍ୟ ହରାଇ ରେଳ ଟ୍ରାକ ଭିତରକୁ ମାଡ଼ି ଯାଇଥିଲା । ଏଥିରେ କାର ଚାଳକ ସାମାନ୍ୟ ଆହତ ହୋଇଛନ୍ତି ।
ରେଳ ଲାଇନ ଉପରକୁ କଣ୍ଟେନର ମାଡ଼ିଯିବା ଫଳରେ ବାଲେଶ୍ୱରରୁ ନୀଳଗିରି ଯାଇଥିବା ଟ୍ରାକରେ ରେଳ ଚଳାଚଳ ବନ୍ଦ ରହିଛି। ଦୁର୍ଘଟଣାରେ ଟ୍ରେନ୍ ଲାଇନ ବଙ୍କା ହୋଇଯାଇଛି । ଘଟଣା ସ୍ଥଳରେ ବାଲେଶ୍ବର ଷ୍ଟେସନ ମାଷ୍ଟର, ଇଞ୍ଜିନିୟର ଏବଂ କର୍ମଚାରୀ ପହଞ୍ଚି ଟ୍ରାକ୍ରୁ କଣ୍ଟେନରକୁ ହଟାଇବାକୁ ସହ ଲାଇନ ମରାମତି ପାଇଁ ବ୍ୟବସ୍ଥା କରୁଛନ୍ତି। ଦୁର୍ଘଟଣା ଘଟିଥିବା ସ୍ଥାନ ନିକଟରେ ରହିଛି ରହିଛି ରେଳ ଫାଟକ। ତେବେ ଏହି ଦୁର୍ଘଟଣା ଯୋଗୁଁ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି I




