୩ ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ

ପୁରୀ: ରଥଖଳାରେ ଜାରି ରହିଛି ରଥ ନିର୍ମାଣ କାର୍ଯ୍ୟ। ଗୁରବାର ଦିନ ରଥ ନିର୍ମାଣ କାର୍ଯ୍ୟ ୧୮ ଦିନରେ ପହଞ୍ଚିଥିବା ବେଳେ ଗତକାଲି ତିନି ରଥର ୨୫ ଚକ ନିର୍ମାଣ କାର୍ଯ୍ୟା ଶେଷ ହୋଇଛି। ବୁଧବାର ତାଳଧ୍ୱଜ ଓ ଦର୍ପଦଳନ ରଥର ୮ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୯ଟି ଚକ ନିର୍ମାଣ ସାରି ଗୟଳ ଚିରଣ କାମ ଆରମ୍ଭ କରାଯାଇଛି। ଚକ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆଜି […]

Samaya Live Picture
Published On

ପୁରୀ: ରଥଖଳାରେ ଜାରି ରହିଛି ରଥ ନିର୍ମାଣ କାର୍ଯ୍ୟ। ଗୁରବାର ଦିନ ରଥ ନିର୍ମାଣ କାର୍ଯ୍ୟ ୧୮ ଦିନରେ ପହଞ୍ଚିଥିବା ବେଳେ ଗତକାଲି ତିନି ରଥର ୨୫ ଚକ ନିର୍ମାଣ କାର୍ଯ୍ୟା ଶେଷ ହୋଇଛି। ବୁଧବାର ତାଳଧ୍ୱଜ ଓ ଦର୍ପଦଳନ ରଥର ୮ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୯ଟି ଚକ ନିର୍ମାଣ ସାରି ଗୟଳ ଚିରଣ କାମ ଆରମ୍ଭ କରାଯାଇଛି।

ଚକ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆଜି ତିନି ରଥରେ ଯୋଖା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତାଳଧ୍ୱଜ ରଥ ୧୬ଟି ଯୋଖାରୁ ୮ଟି, ଦର୍ପଦଳନ ରଥର ୧୨ଟି ଯୋଖାରୁ ୭ଟି ଓ ନନ୍ଦିଘୋଷ ରଥର ୧୬ଟି ଯୋଖାରୁ ୫ଟି ଯୋଖା ନିର୍ମାଣ ଏପର୍ଯ୍ୟନ୍ତ ଶେଷ ହୋଇଛି। ରଥର ତଳ ଓ ଉପରକୁ ବାନ୍ଧି ରଖିବାକୁ କୋଣଗୁଜମାନଙ୍କରେ ଯୋଖା ସଂଯୋଗ କରାଯିବ। ଏହା ରଥ ଉପର ଠେକେରା ବାଡ଼ ବୁଲିବାରେ ସହାୟକ ହେବ।

ସେପଟେ ୪୦ ଫୁଟ ଧଉରା କାଠରେ ବୁଧବାରଠାରୁ ଗୟଳ ଚିରଟ କାମ ଆରମ୍ଭ ହୋଇଛି। ବୁଧବାର ଦିନ ତାଳଧ୍ୱଜ ରଥର ଦୁଇଟି ଗୟଳ ଚିରଟ ପାଇଁ କରତି ସେବକଙ୍କୁ କାଠ ଯୋଗାଇ ଦିଆଯାଇଥିବା ବେଳେ କରତି ସେବକ ରଞ୍ଜିତ ମହାରଣାଙ୍କ ତତ୍ତ୍ୱାବଧାନରେ ଗୟଳ କାଠ ଚିରଟ କାମ ଜାରି ରହିଛି।

Tags: