ବିଜେପି ନହଟିଲେ ସମ୍ବିଧାନ ବିପଦରେ – ମଲ୍ଲୀକାର୍ଜୁନ ଖଡ଼ଗେ

ବାଲେଶ୍ୱର : ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଆଜି ଉତ୍ତର ଓଡ଼ିଶାରେ ଗସ୍ତରେ ଅଛନ୍ତି କେନ୍ଦ୍ରୀୟ ନେତା I ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଆଜି ବାଲେଶ୍ୱରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ପ୍ରଚାର କରିଛନ୍ତି । ଏହି ଅବସରରେ ବିଜେପିକୁ ଟାର୍ଗେଟ କରିଛନ୍ତି ଖଡଗେ । ସେ କହିଛନ୍ତି, ଲୋକ ପଚାରୁଛନ୍ତି ବିଜେପିକୁ ଆମେ ହରାଇପାରିବା ତ? ବିଜେପିକୁ ଯଦି ନ ହଟାଇବା ତେବେ ସମ୍ବିଧାନ ବିପଦରେ, ଲୋକକନ୍ତ୍ର ବି ବିପଦରେ ରହିବ […]

Samaya Live Picture
Published On

ବାଲେଶ୍ୱର : ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଆଜି ଉତ୍ତର ଓଡ଼ିଶାରେ ଗସ୍ତରେ ଅଛନ୍ତି କେନ୍ଦ୍ରୀୟ ନେତା I ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଆଜି ବାଲେଶ୍ୱରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ପ୍ରଚାର କରିଛନ୍ତି । ଏହି ଅବସରରେ ବିଜେପିକୁ ଟାର୍ଗେଟ କରିଛନ୍ତି ଖଡଗେ । ସେ କହିଛନ୍ତି, ଲୋକ ପଚାରୁଛନ୍ତି ବିଜେପିକୁ ଆମେ ହରାଇପାରିବା ତ? ବିଜେପିକୁ ଯଦି ନ ହଟାଇବା ତେବେ ସମ୍ବିଧାନ ବିପଦରେ, ଲୋକକନ୍ତ୍ର ବି ବିପଦରେ ରହିବ । ଯଦି ଲୋକତନ୍ତ୍ର ଓ ସମ୍ବିଧାନ ବିପଦରେ ରହିବ ତେବେ ଆମ ଭବିଷ୍ୟତ ବି ବିପଦରେ ରହିବ । ସେମାନଙ୍କୁ ହଟାଇବା ଜରୁରୀ ।

ଦେଶରେ ଗରିବ ଏତେ ମାତ୍ରାରେ ବଢୁଛି ଯେ ଲୋକ ଚିନ୍ତାରେ ଅଛନ୍ତି । ସେପଟେ ଯୁବକଙ୍କୁ ଚାକିରି ନାହିଁ, ସେମାନେ ବି ଚିନ୍ତାରେ । ମୋଦୀ ଜୀଙ୍କୁ ଏହାର ଚିନ୍ତା ନାହିଁ । ଦେଶକୁ ବଞ୍ଚାଇବା ଆମର ଏକମାତ୍ର ଚିନ୍ତା । ଗରିବଙ୍କୁ ଯେଉଁ ସଂରକ୍ଷଣ ମିଳିଛି ତାକୁ ଶେଷ କରିବାକୁ ମୋଦୀ ସରକାର ଲାଗିଛି । ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ବିଦେଶରେ ବୁଲୁଥିଲେ । ଆମେ ପୁଞ୍ଚିପତିଙ୍କ ସପକ୍ଷରେ ନାହୁଁ । ଗରିବଙ୍କ ସପକ୍ଷରେ ଆମେ ଅଛୁ । ସେଥିପାଇଁ ବିଜେପି ଆମକୁ ସହିପାରୁନି ।

ବିଜେପି ସହ ବିଜେଡିକୁ ବି ଟାର୍ଗେଟ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ । କହିଛନ୍ତି, ବିଜେପି ଯାହା ଚାହୁଁଛି ବିଜେଡି ସମର୍ଥନ କରୁଛି । ଏବେ ପରସ୍ପର ଅଲଗା ଅଲଗା ଅଛନ୍ତି । ନିର୍ବାଚନ ପରେ ପୁଣି ଏକାଠି ହୋଇଯିବେ ।

Tags: