ପ୍ରାତଃ ଭ୍ରମଣ ବେଳେ ଗାଡି ଧକ୍କାରେ କନେଷ୍ଟବଳ ମୃତ

କୋରାପୁଟ : ପ୍ରାତଃ ଭ୍ରମଣ ହେଲା କାଳ । ଅଜଣା ଗାଡି ଧକ୍କାରେ ବୋରିଗୁମ୍ମା ଥାନା କନେଷ୍ଟବଳଙ୍କ ମୃତ୍ୟୁ । ଆଜି ଭୋର ସମୟରେ ବୋରିଗୁମ୍ମା-କୋରାପୁଟ ୪୮ ନମ୍ବର ରାଜ୍ୟ ରାଜପଥ ଦୁଲାଗୁଡା ନିକଟରେ ଘଟିଛି ଏହି ଘଟଣା । ମୃତ ପୋଲିସ କର୍ମଚାରୀ ହେଲେ ପିତାମ୍ବର ପୂଜାରୀ । ତାଙ୍କ ଘର କୋଟପାଡ଼ ବ୍ଲକ ଗିର୍ଲା ଗ୍ରାମରେ । ପିତାମ୍ବର ପୂଜାରୀ ପ୍ରତିଦିନ ପରି ଆଜି ସକାଳ ୫.୩୦ ମିନିଟ୍ ସମୟରେ ଦୁଲାଗୁଡା ରାସ୍ତାରେ ଚାଲି […]

Samaya Live Picture
Published On

କୋରାପୁଟ : ପ୍ରାତଃ ଭ୍ରମଣ ହେଲା କାଳ । ଅଜଣା ଗାଡି ଧକ୍କାରେ ବୋରିଗୁମ୍ମା ଥାନା କନେଷ୍ଟବଳଙ୍କ ମୃତ୍ୟୁ । ଆଜି ଭୋର ସମୟରେ ବୋରିଗୁମ୍ମା-କୋରାପୁଟ ୪୮ ନମ୍ବର ରାଜ୍ୟ ରାଜପଥ ଦୁଲାଗୁଡା ନିକଟରେ ଘଟିଛି ଏହି ଘଟଣା । ମୃତ ପୋଲିସ କର୍ମଚାରୀ ହେଲେ ପିତାମ୍ବର ପୂଜାରୀ । ତାଙ୍କ ଘର କୋଟପାଡ଼ ବ୍ଲକ ଗିର୍ଲା ଗ୍ରାମରେ ।

ପିତାମ୍ବର ପୂଜାରୀ ପ୍ରତିଦିନ ପରି ଆଜି ସକାଳ ୫.୩୦ ମିନିଟ୍ ସମୟରେ ଦୁଲାଗୁଡା ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ହଠାତ ପଛପଟୁ ଏକ ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ସେ ୬ମାସ ହେବ ବୋରିଗୁମ୍ମା ଥାନାକୁ କନଷ୍ଟେବଳ ଭାବେ ବଦଳି ହୋଇ ଆସିଥିବା ବେଳେ ଆଉ ୬ ମାସ ପରେ ଅବସର ନେଇଥାନ୍ତେ । ତେବେ ଅବସର ପୂର୍ବରୁ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

Tags: