ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ,ବଳାତ୍କାର ନୁହେଁ – ଓଡିଶା ହାଇକୋର୍ଟ

କଟକ : ବନ୍ଧୁତ୍ୱ ଦୃଷ୍ଟିରୁ ଉଭୟଙ୍କ ମଧ୍ୟରେ ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରହିଲେ ତାହା ଦୁଷ୍କର୍ମ ନୁହେଁ I ଭଲ ସମ୍ପର୍କରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ । ଯଦି ଏ ସଂପର୍କରେ କୌଣସି ଦୁଷ୍କର୍ମ ଅଭିଯୋଗ ଆସେ, ତାହା ଗ୍ରହଣୀୟ ହେବ ନାହିଁ । ମନୋମାଳିନ୍ୟ ଘଟି ବିବାହ ପ୍ରତିଶ୍ରୁତି ହୋଇ ନ ପାରିଲେ ତାହା ଦୁଷ୍କର୍ମ ବୋଲି ମାନ୍ୟବର ହାଇକୋର୍ଟ ଦର୍ଶାଇଛନ୍ତି। ଏକ ମାମଲାର ଶୁଣାଣି କରି […]

Samaya Live Picture
Published On

କଟକ : ବନ୍ଧୁତ୍ୱ ଦୃଷ୍ଟିରୁ ଉଭୟଙ୍କ ମଧ୍ୟରେ ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରହିଲେ ତାହା ଦୁଷ୍କର୍ମ ନୁହେଁ I ଭଲ ସମ୍ପର୍କରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ । ଯଦି ଏ ସଂପର୍କରେ କୌଣସି ଦୁଷ୍କର୍ମ ଅଭିଯୋଗ ଆସେ, ତାହା ଗ୍ରହଣୀୟ ହେବ ନାହିଁ । ମନୋମାଳିନ୍ୟ ଘଟି ବିବାହ ପ୍ରତିଶ୍ରୁତି ହୋଇ ନ ପାରିଲେ ତାହା ଦୁଷ୍କର୍ମ ବୋଲି ମାନ୍ୟବର ହାଇକୋର୍ଟ ଦର୍ଶାଇଛନ୍ତି।

ଏକ ମାମଲାର ଶୁଣାଣି କରି ଏପରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ । କୋର୍ଟ କହିଛନ୍ତି ଭଲ ସମ୍ପର୍କରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଏବଂ ମନ୍ଦ ଉଦ୍ଦେଶ୍ୟରେ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏକା କଥା ନୁହେଁ ।

ସୂଚନାନୁସାରେ,ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଦାୟର ଏକ ମାମଲାକୁ ଖାରଜ କରିବାକୁ ମନୋରଞ୍ଜନ ଦାସଙ୍କ ଆବେଦନର ରାୟ ପ୍ରକାଶ କରି ଜଷ୍ଟିସ ଆର. କେ. ପଟ୍ଟନାୟକ ଏହା କହିଛନ୍ତି । ଆବେଦନକାରୀ ମନୋରଞ୍ଜନ ଦାସଙ୍କର ଜଣେ ବିବାହିତା ମହିଳାଙ୍କ ସହ ବନ୍ଧୁତାରୁ ବିବାହର ପ୍ରତିଶୃତି ପର୍ଯ୍ୟନ୍ତ କଥା ଯାଇଥିଲା । ଉଭୟଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବନ୍ଧୁତା ରହିବା ସହ ଶାରୀରିକ ସମ୍ପର୍କ ମଧ୍ୟ ସୃଷ୍ଟି ହୋଇଥିଲା । ତେବେ ସମୟ କ୍ରମେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ସମ୍ପର୍କରେ ଭଟ୍ଟା ପଡିଥିଲା I

ଏହାକୁ ନେଇ ସମ୍ପୃକ୍ତ ମହିଳା ଲକ୍ଷ୍ମୀସାଗର ଥାନାରେ ଅମନୋରଞ୍ଜନଙ୍କ ବିରୁଦ୍ଧରେ ବଳାତ୍କାର ଅଭିଯୋଗ ଆଣିଥିଲେ ଇ ଏହାପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ନାରେ ଆଇପିସିର ଅନ୍ୟ ଧାରା ସହିତ ବଳାତ୍କାର ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହାକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅଭିଯୁକ୍ତ । ମାମଲାର ବିଚାର କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଫା ୩୭୬ ଲାଗିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

Tags: