୩ ସଦସ୍ୟଙ୍କ ଉପରୁ ନିଲମ୍ବନ ହଟାଇଲା କଂଗ୍ରେସ
ଭୁବନେଶ୍ୱର : କଂଗ୍ରେସର ୩ ସଦସ୍ୟଙ୍କ ଉପରୁ ହଟିଲା ନିଲମ୍ବନ I ୨୦୨୪ ଧାରଣ ନିର୍ବାଚନ ପୂର୍ବରୁ ନିଜର ଘର ସଜାଡ଼ିଲା କଂଗ୍ରେସ। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କ ସହିତ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନିଆଯାଇଛି। ଆଜି ଏସମ୍ପର୍କରେ ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରେସମିଟରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ଅଜୟ କୁମାର ପ୍ରଭାରୀ ଭାବେ […]
ଭୁବନେଶ୍ୱର : କଂଗ୍ରେସର ୩ ସଦସ୍ୟଙ୍କ ଉପରୁ ହଟିଲା ନିଲମ୍ବନ I ୨୦୨୪ ଧାରଣ ନିର୍ବାଚନ ପୂର୍ବରୁ ନିଜର ଘର ସଜାଡ଼ିଲା କଂଗ୍ରେସ। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କ ସହିତ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନିଆଯାଇଛି। ଆଜି ଏସମ୍ପର୍କରେ ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରେସମିଟରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି। ଅଜୟ କୁମାର ପ୍ରଭାରୀ ଭାବେ ନିଯୁକ୍ତି ପାଇବା ପରେ ମୋକିମ୍ ଓ ଚିରଞ୍ଜୀବୀ ତାଙ୍କୁ ସାକ୍ଷାତ କରିଥିଲେ।
ଗତବର୍ଷ ଜୁଲାଇ ୧୫ ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ ହୋଇଥିଲେ ଦୁଇ ନେତା I ସେହିପରି ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା। ତେବେ ପିସିସି ସଭାପତି ଅଜୟ କୁମାର ଦଳର ଦାୟିତ୍ୱ ନେବା ପରେ ବହୁ ପୁରୁଖାନେତା ଦଳକୁ ଫେରିଛନ୍ତି I ନିକଟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼.ଗିରିଧର ଗମାଙ୍ଗଙ୍କ ପରିବାର ସହିତ ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କର ମଧ୍ୟ ଘର ବାହୁଡା ହୋଇଥିଲା I




