ଆଜିଠାରୁ ୩ ଦିନିଆ ପଦଯାତ୍ରା ଆରମ୍ଭ କଲା କଂଗ୍ରେସ ଦଳ

ଭୁବନେଶ୍ୱର : ଆଜିଠାରୁ କଂଗ୍ରେସ କରୁଛି ସଂକଳ୍ପ ଯାତ୍ରା। ନୂଆ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ଭୁବନେଶ୍ବରରୁ ପୁରୀ ଯାଏଁ ୩ ଦିନିଆ ହେବ ସଂକଳ୍ପ ପଦଯାତ୍ରା । ରାଜ୍ୟରେ ସଙ୍ଗଠନକୁ ସୁଦୃଢ କରିବା ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରିବାକୁ କଂଗ୍ରେସ ଆରମ୍ଭ କରିବ ସଂକଳ୍ପ ପଦଯାତ୍ରା । ଆଜି ଭୁବନେଶ୍ବର ବିମାନବନ୍ଦରରୁ ପୁରୀ ଯାଏଁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇଛି […]

ଆଜିଠାରୁ ୩ ଦିନିଆ ପଦଯାତ୍ରା ଆରମ୍ଭ କଲା କଂଗ୍ରେସ ଦଳ
Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ କଂଗ୍ରେସ କରୁଛି ସଂକଳ୍ପ ଯାତ୍ରା। ନୂଆ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ଭୁବନେଶ୍ବରରୁ ପୁରୀ ଯାଏଁ ୩ ଦିନିଆ ହେବ ସଂକଳ୍ପ ପଦଯାତ୍ରା । ରାଜ୍ୟରେ ସଙ୍ଗଠନକୁ ସୁଦୃଢ କରିବା ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରିବାକୁ କଂଗ୍ରେସ ଆରମ୍ଭ କରିବ ସଂକଳ୍ପ ପଦଯାତ୍ରା । ଆଜି ଭୁବନେଶ୍ବର ବିମାନବନ୍ଦରରୁ ପୁରୀ ଯାଏଁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇଛି ।

ବିମାନବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ ଛକ, ଶିଶୁ ଭବନ, ରାଜାମାହାଳ ଏବଂ କଳ୍ପନା ଛକ ଦେଇ ଲିଙ୍ଗପୁରରେ ପହଞ୍ଚିବ ପଦଯାତ୍ରା । ପରେ ଲିଙ୍ଗିପୁରରୁ ପିପିଲି ଯାଇ ରାତ୍ରି ଜାପନ କରିବେ ପିସିସି ସଭାପତି । ପିପିଲିରୁ ଚନ୍ଦନପୁର ଏବଂ ୨୦ ତାରିଖରେ ଚନ୍ଦନପୁରରୁ ପୁରୀ ଅଭିମୁଖେ ବାହାରିବ ପଦଯାତ୍ରା । ୨୦ ତାରିଖରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗଣମାଧ୍ୟମକୁ ସଂକଳ୍ପ ପଦଯାତ୍ରାର ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇବେ ପିସିସି ସଭାପତି ।

ସୂଚନାନୁସାରେ,ନିକଟରେ ଓଡ଼ିଶା ପିସିସିର ନୂଆ ସଭାପତି ଭାବେ ନିଯୁକ୍ତ ହୋଇଥିଲେ ବରିଷ୍ଠ ନେତା ଭକ୍ତ ଦାସ । ଯାହାପରେ ଦଳ ଛାଡିଥିବା କିମ୍ବା ବହିଷ୍କୃତ ହୋଇଥିବା ନେତାମାନଙ୍କ ଘରକୁ ବାହୁଡିବା ପାଇଁ ଅନୁରୋଧ ଦେଇଥିଲେ । ଏହିକ୍ରମରେ ଅନେକ ନେତା କଂଗ୍ରେସକୁ ବାହୁଡିଥିଲେ । ତେବେ ଅନେକ ନେତାଙ୍କ ଘର ବାହୁଡ଼ା ପରେ କଂଗ୍ରେସ ପକ୍ଷରୁ ସଂକଳ୍ପ ସମାବେଶର ଆୟୋଜନ କରାଯାଇଥିଲା ।

ଅନ୍ୟପଟେ,ମଙ୍ଗଳବାର ସକାଳ ସମୟରେ କଂଗ୍ରେସ ସଂକଳ୍ପ ଯାତ୍ରା ଏୟାରପୋର୍ଟରୁ ବାହାରି ଲିଙ୍ଗିପୁର ଅଭିମୁଖେ ଯାଇଥାନ୍ତା । ହେଲେ ଏୟାରପୋର୍ଟରୁ ରାଲି ବାହାରିବା ବେଳେ ମୁହଁ ମାଡି ତଳେ ପଡି ଯାଇଥିଲେ ପିସିସି ସଭାପତି ଭକ୍ତ ଦାସ । ଯାହାପରେ ତୁରନ୍ତ ଭକ୍ତ ଦାସଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Tags: