କଂଗ୍ରେସ ନେତାଙ୍କର ହେବ ଘର ବାହୁଡା

ଭୁବନେଶ୍ୱର : କଂଗ୍ରେସରୁ ନିଲମ୍ବିତ ନେତାମାନଙ୍କୁ ପୁଣି ଥରେ ଦଳକୁ ଫେରାଇ ଅଣାଯିବ। କଂଗ୍ରେସ ଘର ସଜାଡ଼ିବାକୁ ଅଣ୍ଟା ଭିଡିଛନ୍ତି ନୂଆ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ । ଶୁକ୍ରବାର ଏନେଇ ଏକ ଚିଠି ଜାରି କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ଯେଉଁମାନଙ୍କୁ ବିଗତ ଦିନରେ କୌଣସି ପରିସ୍ଥିତି ନେଇ ନିଲମ୍ବନ ବା ବହିଷ୍କାର କରାଯାଇଥିଲା, ତାକୁ ପ୍ରତ୍ୟାହାର କରିନିଆଗଲା। ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ […]

କଂଗ୍ରେସ ନେତାଙ୍କର ହେବ ଘର ବାହୁଡା
Samaya Live Picture
Published On

ଭୁବନେଶ୍ୱର : କଂଗ୍ରେସରୁ ନିଲମ୍ବିତ ନେତାମାନଙ୍କୁ ପୁଣି ଥରେ ଦଳକୁ ଫେରାଇ ଅଣାଯିବ। କଂଗ୍ରେସ ଘର ସଜାଡ଼ିବାକୁ ଅଣ୍ଟା ଭିଡିଛନ୍ତି ନୂଆ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ । ଶୁକ୍ରବାର ଏନେଇ ଏକ ଚିଠି ଜାରି କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ଯେଉଁମାନଙ୍କୁ ବିଗତ ଦିନରେ କୌଣସି ପରିସ୍ଥିତି ନେଇ ନିଲମ୍ବନ ବା ବହିଷ୍କାର କରାଯାଇଥିଲା, ତାକୁ ପ୍ରତ୍ୟାହାର କରିନିଆଗଲା। ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ ଦଳ ଛାଡ଼ି ଚାଲିଯାଇଛନ୍ତି,ସେମାନେ ପୁନର୍ବାର ଫେରି ଆସିବାକୁ ସଭାପତି ନିବେଦନ କରିଛନ୍ତି । ସେ ଆହୁରି ଉଲ୍ଲେଖ କରିଛନ୍ତି, ଯେଉଁମାନେ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ, ସେମାନଙ୍କୁ କଂଗ୍ରେସ ତରଫରୁ ସମ୍ମାନର ସହ ସ୍ବାଗତ କରାଯିବ।

ଗତ ସାଧାରଣ ନିର୍ବାଚନ ସମୟରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ତେବେ ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ସୁରେଶ କହିଛନ୍ତି ଯେ, ଦଳକୁ ଫେରାଇ ନେଲେ କଂଗ୍ରେସ ପାଇଁ ସେ ଫୁଲ୍‌ ଦମ୍‌ରେ କାମ କରିବେ। କଂଗ୍ରେସର ପୁରୁଣା ନେତା ଓ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି। ନୂଆ ସଭାପତି ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲନ୍ତୁ ବୋଲି ସେ କହିଛନ୍ତି।

ଅନ୍ୟପଟେ କଂଗ୍ରେସକୁ ଫେରିବା ନେଇ ପରୋକ୍ଷ ଇସାରା ଦେଇଛନ୍ତି ପ୍ରଫୁଲ୍ଲ ମାଝୀ । ନିର୍ବାଚନ ସମୟରେ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ତେବେ ଦଳରେ ଥାଇ ମଧ୍ୟ ସେ ବିଜେଡ଼ିକୁ କଟାକ୍ଷ କରିଛନ୍ତି । ପ୍ରଫୁଲ ମାଝୀ କହିଛନ୍ତି, ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ମୋତେ ଦଳରେ ସାମିଲ କରିଥିଲା । ହେଲେ କୌଣସି ପ୍ରତିଶ୍ରୁତି ବିଜେଡି ରଖିଲା ନାହିଁ । ଲୋକଙ୍କ କାମ ପାଇଁ ହିଁ କଂଗ୍ରେସ ଛାଡିଥିଲି । କିନ୍ତୁ ବିଜେଡିରେ ଯୋଗଦେବା ପରେ ତାହା ହୋଇପାରି ନଥିଲା । ତ କାହିଁକି ଏହି ଦଳରେ ରହିବି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାନୁସାରେ, ଆସନ୍ତା ଫେବୃଆର ୧୮ରୁ ଆରମ୍ଭ ହେବ କଂଗ୍ରେସର ସଂକଳ୍ପ ପଦଯାତ୍ରା। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ପଦଯାତ୍ରା ବାହାରି ପୁରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯିବ। ପଦଯାତ୍ରାରେ ସମନ୍ବୟ ରକ୍ଷା ପାଇଁ ଗଠନ ହୋଇଛି ୧୭ ଜଣିଆ କମିଟି। ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ୫ ବିଧାୟକ ଅଛନ୍ତି। ଏହି ପଦ ଯାତ୍ରାରେ ସବୁ ପାର୍ଟି ନେତା ଓ କ୍ୟାଡରଙ୍କୁ ଆହ୍ବାନ ଦେଇଛନ୍ତି ଭକ୍ତ ଚରଣ ଦାସ।

Tags: