ଅଣ୍ଡା ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ପ୍ରତିବାଦ କରିଛି ଯୁବ କଂଗ୍ରେସ। ଭୁବନେଶ୍ୱର କଂଗ୍ରେସ ଭବନରୁ ଯୁବ କଂଗ୍ରେସ କର୍ମୀମାନେ ରାଲିରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ଭରତପୁର ଥାନା ଲଜ୍ଜା ଘଟଣାକୁ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ଟମାଟୋ ମାଡ଼ କରିଛି ଯୁବ କଂଗ୍ରେସ। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଯିବାବେଳେ ଲୋୟର ପିଏମଜିରେ ପୁଲିସ ବ୍ୟାରିକେଡ ଟପି ଯିବାକୁ ପ୍ରୟାସ କରିଛନ୍ତି […]

Samaya Live Picture
Published On

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ପ୍ରତିବାଦ କରିଛି ଯୁବ କଂଗ୍ରେସ। ଭୁବନେଶ୍ୱର କଂଗ୍ରେସ ଭବନରୁ ଯୁବ କଂଗ୍ରେସ କର୍ମୀମାନେ ରାଲିରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ଭରତପୁର ଥାନା ଲଜ୍ଜା ଘଟଣାକୁ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ଟମାଟୋ ମାଡ଼ କରିଛି ଯୁବ କଂଗ୍ରେସ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଯିବାବେଳେ ଲୋୟର ପିଏମଜିରେ ପୁଲିସ ବ୍ୟାରିକେଡ ଟପି ଯିବାକୁ ପ୍ରୟାସ କରିଛନ୍ତି କଂଗ୍ରେସ କର୍ମୀ। ନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୁଲିସ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ବ୍ୟାରିକେଡ ଉପରେ ଚଢ଼ି ହଲ୍ଲାବୋଲ କରିଛି ଯୁବ କଂଗ୍ରେସ। ଏହି ସମୟରେ ପୁଲିସ ଉପରକୁ ଅଣ୍ଡା ଟମାଟୋ ମାଡ କରିଥିଲେ ଯୁବ କଂଗ୍ରେସ କର୍ମୀ । ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି । ବିଜେପି ସରକାରରେ ନାରୀମାନେ ଅସୁରକ୍ଷିତ ବୋଲି ଅଭିଯୋଗ ଆଣିଛି ଯୁବ କଂଗ୍ରେସ । ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ନଦେଲେ ଆଗାମୀ ଦିନରେ ସବୁଠି ତାଙ୍କୁ ଏପରି ଅଣ୍ଡା, ଟମାଟୋ ମାଡ ହେବ ବୋଲି କହିଥିଲେ ।

Tags: