ଆଉ ୪ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର : ଗୁରୁବାର ଆଉ ୪ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ I ଏଥର ମାହାଙ୍ଗାରୁ ଦେବେନ୍ଦ୍ର ସାହୁଙ୍କୁ ଦଳ ଟିକେଟ ଦେଇଥିବାବେଳେ ସତ୍ୟବାଦୀରୁ ମନୋଜ ରଥଙ୍କୁ ଟିକେଟ ଦେଇଛି। ସେହିପରି ଭୁବନେଶ୍ବର ମଧ୍ୟ ଆସନରୁ ପ୍ରକାଶ ଜେନା ଏବଂ ଭୁବନେଶ୍ବର ଉତ୍ତରରୁ ଅଶୋକ ଦାସଙ୍କୁ ଦଳ ପକ୍ଷରୁ ଟିକେଟ ମିଳିଛି। ସୂଚନାନୁସାରେ,ତିନିଟି ପର୍ଯ୍ୟାୟରେ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ୧୨୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ଆଉ ୨୪ ଟି […]
ଭୁବନେଶ୍ୱର : ଗୁରୁବାର ଆଉ ୪ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ I ଏଥର ମାହାଙ୍ଗାରୁ ଦେବେନ୍ଦ୍ର ସାହୁଙ୍କୁ ଦଳ ଟିକେଟ ଦେଇଥିବାବେଳେ ସତ୍ୟବାଦୀରୁ ମନୋଜ ରଥଙ୍କୁ ଟିକେଟ ଦେଇଛି। ସେହିପରି ଭୁବନେଶ୍ବର ମଧ୍ୟ ଆସନରୁ ପ୍ରକାଶ ଜେନା ଏବଂ ଭୁବନେଶ୍ବର ଉତ୍ତରରୁ ଅଶୋକ ଦାସଙ୍କୁ ଦଳ ପକ୍ଷରୁ ଟିକେଟ ମିଳିଛି।
ସୂଚନାନୁସାରେ,ତିନିଟି ପର୍ଯ୍ୟାୟରେ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ୧୨୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ଆଉ ୨୪ ଟି ଆସନରେ ଘୋଷଣା ବାକି ରହିଛି I ସେହିପରି ୪ ଟି ଲୋକସଭା ଆସନ ମୟୁରଭଞ୍ଜ,କଟକ,ଆସ୍କା ଓ ସମ୍ବଲପୁର ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ କଂଗ୍ରେସ I




