ପ୍ରଯୋଜକ ଟୁଟୁ ନାୟକଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର : ଓଡ଼ିଆ ସିନେପ୍ରଯୋଜକ ଟୁଟୁ ନାୟକଙ୍କୁ କୋର୍ଟରୁ ମିଳିଲା ଆଶ୍ବସ୍ତି I ମହିଳା ସାମ୍ବାଦିକାଙ୍କୁ ମାଡ଼ମାରିବା,ତଥା ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଥିଲେ ଟୁଟୁ ନାୟକ I ଗତ ଶନିବାର ଦିନ ତାଙ୍କ ଜାମିନ ଆବେଦନ ଶୁଣାଣିକୁ ସଂରକ୍ଷିତ ରଖାଯାଇଥିଲା I ତେବେ ଆଜି ୫୦ ହଜାର ଟଙ୍କା ଜମାନତ ଓ ଜଣେ ଜାମିନଦାରଙ୍କ ବଦଳରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି I ସୂଚନାନୁସାରେ,’ପ୍ରଥା’ ଫିଲ୍ମର ପ୍ରିମିୟର ସୋ ବେଳେ ଅନ୍ୟ […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଆ ସିନେପ୍ରଯୋଜକ ଟୁଟୁ ନାୟକଙ୍କୁ କୋର୍ଟରୁ ମିଳିଲା ଆଶ୍ବସ୍ତି I ମହିଳା ସାମ୍ବାଦିକାଙ୍କୁ ମାଡ଼ମାରିବା,ତଥା ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଥିଲେ ଟୁଟୁ ନାୟକ I ଗତ ଶନିବାର ଦିନ ତାଙ୍କ ଜାମିନ ଆବେଦନ ଶୁଣାଣିକୁ ସଂରକ୍ଷିତ ରଖାଯାଇଥିଲା I ତେବେ ଆଜି ୫୦ ହଜାର ଟଙ୍କା ଜମାନତ ଓ ଜଣେ ଜାମିନଦାରଙ୍କ ବଦଳରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି I

ସୂଚନାନୁସାରେ,’ପ୍ରଥା’ ଫିଲ୍ମର ପ୍ରିମିୟର ସୋ ବେଳେ ଅନ୍ୟ କଳାକାରଙ୍କ ସହିତ ଗଣମାଧ୍ୟମକୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା I ଖବର ସଂଗ୍ରହ ପାଇଁ ସାମ୍ବାଦିକମାନେ ଶ୍ରୀୟା,ସ୍ବାତୀ ହଲ୍‌କୁ ଯାଇଥିଲେ। ଏହି ସମୟରେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ସହ ଅସଦାଚରଣ,ଗାଳିଗୁଲଜ କରିଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ଟୁଟୁଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଥିଲା I ଟୁଟୁଙ୍କୁ ବିରୋଧରେ ଦଫା ୩୫୪, ୩୪୧, ୩୨୩, ୨୯୪ ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା |

Tags: