ଛତୁଆର ମାନକୁ ନେଇ ଗୃହରେ ଉଦବେଗ ପ୍ରକାଶ

ଭୁବନେଶ୍ୱର : ନିମ୍ନମାନର ଛତୁଆ ଯୋଗାଣକୁ ନେଇ ଗୃହରେ ବିଧାୟକଙ୍କ ଉଦବେଗ । ନିମ୍ନମାନର ଛତୁଆ ଯୋଗାଣ କେଉଁ ଅନୁଷ୍ଠାନ କରିଛନ୍ତି, ସେ ବାବଦରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଗୃହରେ ବିବୃତି ରଖିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତ୍ତି। ଛତୁଆର ମାନ ଯାଞ୍ଚ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାରୀ ପରିଡାଙ୍କୁ ନିର୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ […]

Samaya Live Picture
Published On

ଭୁବନେଶ୍ୱର : ନିମ୍ନମାନର ଛତୁଆ ଯୋଗାଣକୁ ନେଇ ଗୃହରେ ବିଧାୟକଙ୍କ ଉଦବେଗ । ନିମ୍ନମାନର ଛତୁଆ ଯୋଗାଣ କେଉଁ ଅନୁଷ୍ଠାନ କରିଛନ୍ତି, ସେ ବାବଦରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଗୃହରେ ବିବୃତି ରଖିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତ୍ତି। ଛତୁଆର ମାନ ଯାଞ୍ଚ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାରୀ ପରିଡାଙ୍କୁ ନିର୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ବାଚସ୍ପତିଙ୍କ ନିର୍ଦେଶ ପରେ ଛତୁଆର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଛତୁଆ ଯୋଗାଣକୁ ନେଇ ଆଜି ଗୃହରେ ସରଗରମ ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ତାରା ବାହିନୀପତି କହିଥିଲେ ଛତୁଆ ବଦଳରେ ଗହମ ଚିନି କେବଳ ଦିଆଯାଉଛି। ସେ ଛତୁଆକୁ ପିଲା ନୁହେଁ ଗାଇ ଗୋରୁ ଖାଉଛନ୍ତି। ଭଲ ଛତୁଆ ଯୋଗାଣ ପାଇଁ ଟେଣ୍ଡର ଡାକନ୍ତୁ ସରକାର। ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଥିଲେ ଯାଞ୍ଚ ପାଇଁ ସୁପରଭାଇଜର ଏବଂ ମାତୃ କମିଟି ଗଠନ ହୋଇଛି ସେମାନେ ଯାଞ୍ଚ କରୁଛନ୍ତି।

Tags: