ବାଲେଶ୍ଵରକୁ ଘାରିଲା ଡେଙ୍ଗୁ ଚିନ୍ତା
ବାଲେଶ୍ୱର : ଚିନ୍ତା ବଢ଼ାଉଛି ଡେଙ୍ଗୁ I ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକ୍ରୁ ପ୍ରତିଦିନ ଡେଙ୍ଗୁ ରୋଗୀଙ୍କ ସୁଅ ଛୁଟୁଛି I ଡେଙ୍ଗୁ ପ୍ରବଣ ଜିଲ୍ଲା ଭାବେ ବାଲେଶ୍ୱର ଏବେ ରାଜ୍ୟ ତାଲିକାରେ ୪ ନମ୍ବର ସ୍ଥାନରେ ରହିଛି I ପ୍ରତିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀଙ୍କ ଲମ୍ବା ଧାଡି ଲାଗୁଛି I ସୂଚନାନୁସାରେ ,ଜିଲ୍ଲାରେ ଏବେ ସୁଦ୍ଧା ମୋଟ ୫୭୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୪ ଜଣ […]
ବାଲେଶ୍ୱର : ଚିନ୍ତା ବଢ଼ାଉଛି ଡେଙ୍ଗୁ I ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକ୍ରୁ ପ୍ରତିଦିନ ଡେଙ୍ଗୁ ରୋଗୀଙ୍କ ସୁଅ ଛୁଟୁଛି I ଡେଙ୍ଗୁ ପ୍ରବଣ ଜିଲ୍ଲା ଭାବେ ବାଲେଶ୍ୱର ଏବେ ରାଜ୍ୟ ତାଲିକାରେ ୪ ନମ୍ବର ସ୍ଥାନରେ ରହିଛି I ପ୍ରତିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀଙ୍କ ଲମ୍ବା ଧାଡି ଲାଗୁଛି I
ସୂଚନାନୁସାରେ ,ଜିଲ୍ଲାରେ ଏବେ ସୁଦ୍ଧା ମୋଟ ୫୭୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୪ ଜଣ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ I ବାକି ୪୭୬ ଜଣ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି I ଏଥିରେ କେବଳ ଭୋଗରାଇରୁ ୨୩୭, ବାଲିଆପାଳରେ ୧୫୫, ଜଳେଶ୍ୱର ହାତୀଗଡ଼ ଅଞ୍ଚଳରୁ ୪୮ ଓ ବସ୍ତାରୁ ୩୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି I ଦୁଇମାସ ଭିତରେ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି I ତେବେ ଆଗାମୀ ଦିନରେ ବର୍ଷା ଲାଗି ରହିଲେ ଆହୁରି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବ I ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ୪୧ ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଥିବା ବେଳେ ବିଭିନ୍ନ ବ୍ଲକର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ବି ରୋଗୀ ଭର୍ତ୍ତି ହୋଇଛନ୍ତି I ରୋଗୀ ସଂଖ୍ୟାକୁ ଦେଖି ଡାକ୍ତରଖାନା ପକ୍ଷରୁ ପୂର୍ବରୁ ୧୦ଟି ଶଯ୍ୟାର ସୁବିଧା ରହିଥିବା ବେଳେ ଏବେ ଏହାକୁ ୨୫କୁ ବୃଦ୍ଧି କରାଯାଇଛି I
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏତେ ରୋଗୀଙ୍କୁ ଶଯ୍ୟା କମ୍ ଥିବାରୁ ରୋଗୀ ତଳେ ଗଡ଼ୁଛନ୍ତି I ତେବେ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଡାକ୍ତରଖାନା ପକ୍ଷରୁ ମଶାରୀ ଯୋଗାଇ ଦିଆଯିବା କଥା ହେଲେ ପ୍ରାୟ ସମସ୍ତ ରୋଗୀ ନିଜ ଘରୁ ମଶାରୀ ଆଣୁଥିବା ଦେଖାଯାଇଛି I ଡେଙ୍ଗୁ ରୋଗୀ ଦିନରାତି ମଶାରୀ ଭିତରେ ରହିବା କଥା I ଏହି ମଶା ଦିନରେ କାମୁଡ଼ୁଥିବା ବେଳେ ଡାକ୍ତରଖାନାରେ ଅଧିକାଂଶ ରୋଗୀ ମଶାରୀ ଟାଣୁ ନଥିବା ଦେଖିବାକୁ ମିଳିଛି I ରାତି କଥା ଛାଡ଼, ଦିନରେ କେହି ଜଣେ ବି ରୋଗୀ ଟାଣୁନଥିବା ଦେଖିବାକୁ ମିଳିଛି I ଏନେଇ ଏଡିଏମ୍ଓ ଡା. ଶଶାଙ୍କ ଶେଖର ଚୌଧୁରୀ କହିଛନ୍ତି, ସମସ୍ତଙ୍କ ପାଇଁ ମଶାରୀ ବ୍ୟବସ୍ଥା କରାଯାଇଛି I ମଶାରୀ ନଟାଣିଲେ ଅନ୍ୟମାନଙ୍କ ପାଇଁ ବହୁତ ଅସୁବିଧା ହେବ I ରୋଗୀ କାହିଁକି ଟାଣୁନାହାନ୍ତି ଏ ବିଷୟରେ ସେ ଜାଣିନାହାନ୍ତି I ତେବେ ଡେଙ୍ଗୁରେ କିଛି ଆତଙ୍କିତ ହେବାରେ ନାହିଁ I ବରଂ ଅଧିକ ସଚେତନ ରହିବା ଜରୁରୀ ବୋଲି ସେ କହିଥିଲେ I




