ଭିସୁଟ ଆସୋସିଏଟ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର

ସମ୍ବଲପୁର : ଭିସୁଟ ଆସୋସିଏଟ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର I ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି I ବିଶ୍ୱବିଦ୍ୟାଳୟର ଅନୁଶାସନ ଭଙ୍ଗ ଅଭିଯୋଗରେ ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି I ସେ ଭିସୁଟ କଂପ୍ୟୁଟର ଆପ୍ଲିକେସନ ବିଭାଗର ଆସୋସିଏଟ ପ୍ରଫେସର ଥିଲେ I ବାଧ୍ୟତାମୂଳକ ଅବସର ପାଇଥିବା ଆସୋସିଏଟ ପ୍ରଫସରଜଣକ ହେଲେ ସସ୍ମିତା କୁମାରୀ ପାଢୀ I ବିଶ୍ବବିଦ୍ୟାଳୟର ବୋର୍ଡ ଅଫ ମ୍ୟାନେଜମେଣ୍ଟ ତାଙ୍କୁ […]

Samaya Live Picture
Published On

ସମ୍ବଲପୁର : ଭିସୁଟ ଆସୋସିଏଟ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର I ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି I ବିଶ୍ୱବିଦ୍ୟାଳୟର ଅନୁଶାସନ ଭଙ୍ଗ ଅଭିଯୋଗରେ ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି I ସେ ଭିସୁଟ କଂପ୍ୟୁଟର ଆପ୍ଲିକେସନ ବିଭାଗର ଆସୋସିଏଟ ପ୍ରଫେସର ଥିଲେ I

ବାଧ୍ୟତାମୂଳକ ଅବସର ପାଇଥିବା ଆସୋସିଏଟ ପ୍ରଫସରଜଣକ ହେଲେ ସସ୍ମିତା କୁମାରୀ ପାଢୀ I ବିଶ୍ବବିଦ୍ୟାଳୟର ବୋର୍ଡ ଅଫ ମ୍ୟାନେଜମେଣ୍ଟ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି । ପୂର୍ବରୁ ମଧ୍ୟ ସେ ଥରେ ନିଲମ୍ବିତ ହୋଇଥିଲେ । ଏ ନେଇ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି । ବିଶ୍ୱବିଦ୍ୟାଳୟ ନିୟମ ଓ ଓଡିଶା ସରକାରଙ୍କ ଚାକିରୀ ସର୍ତ୍ତାବଳୀ ଅନୁସାରେ ତାଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯାଇ ଥିବା ଭିସୁଟ ପକ୍ଷରୁ ସୂଚନା ଦିଆଯାଇଛି I

Tags: