ଆଜିଠାରୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଭୁବନେଶ୍ୱର : ଜିଦରେ ଅଟଳ ନର୍ସିଂ ଅଫିସର । ରାଜ୍ୟ ସରକାରଙ୍କ ସହିତ ଆଲୋଚନା ବିଫଳ ହେବାପରେ ଶୁକ୍ରବାରଠାରୁ ସାରା ରାଜ୍ୟରେ ନର୍ସିଂ ସେବା ଠପ କରିଛନ୍ତି ନର୍ସିଂ କର୍ମଚାରୀ । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଜାରି ରଖିଛନ୍ତି ସମସ୍ତ ନର୍ସିଂ କର୍ମଚାରୀ । ଜରୁରୀକାଳୀନ ସେବା ବନ୍ଦ କରିବା ପରେ ଏସସିବିର ସମସ୍ତ ବିଭାଗରେ ବ୍ୟାହତ ହୋଇଛି ରୋଗୀ ସେବା। ଏହି ବିବାଦକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବାପରେ […]
ଭୁବନେଶ୍ୱର : ଜିଦରେ ଅଟଳ ନର୍ସିଂ ଅଫିସର । ରାଜ୍ୟ ସରକାରଙ୍କ ସହିତ ଆଲୋଚନା ବିଫଳ ହେବାପରେ ଶୁକ୍ରବାରଠାରୁ ସାରା ରାଜ୍ୟରେ ନର୍ସିଂ ସେବା ଠପ କରିଛନ୍ତି ନର୍ସିଂ କର୍ମଚାରୀ । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଜାରି ରଖିଛନ୍ତି ସମସ୍ତ ନର୍ସିଂ କର୍ମଚାରୀ । ଜରୁରୀକାଳୀନ ସେବା ବନ୍ଦ କରିବା ପରେ ଏସସିବିର ସମସ୍ତ ବିଭାଗରେ ବ୍ୟାହତ ହୋଇଛି ରୋଗୀ ସେବା।
ଏହି ବିବାଦକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବାପରେ ନର୍ସିଂ କର୍ମଚାରୀ ଆନ୍ଦୋଳନକୁ ତୀବ୍ରତର କରିଛନ୍ତି। ରାଜ୍ୟ ସରକାର ନର୍ସମାନଙ୍କୁ ଅଣଦେଖା କରୁଛନ୍ତି। ଏସମା ଲଗାଇ ସରକାର ଯେଉଁ ଡରାଇବା ପାଇଁ ଚେଷ୍ଟା କରୁଛନ୍ତି, ସେଥିରେ ଆମ ସଂଘର ଯେତିକି କ୍ଷତି ହେବ ତା’ଠାରୁ ରୋଗୀସେବା ଅଧିକ ପ୍ରଭାବିତ ହେଉଛି। ଘଟଣାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେଉ। ସବୁ ଦିଗକୁ ନଜର ରଖି ନିଷ୍ପତ୍ତି ନିଆଯାଉ। ଏସମା ଲଗାଇଲେ ଆମେ ଦଣ୍ଡ ଭୋଗିବୁ ହେଲେ ରୋଗୀ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ ହେବେ ବୋଲି ଆଜି ମଧ୍ୟ ଚେତାବନୀ ଦେଇଛନ୍ତି ସଂଘ ସମ୍ପାଦିକା। ଏହାବ୍ୟତୀତ ଆଉଟସୋର୍ସିଂ କର୍ମଚାରୀଙ୍କୁ ଧଳା ପୋଷାକ ପିନ୍ଧାଇ ନର୍ସ ଭାବରେ ଡ୍ୟୁଟି କରାଇବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସଂଘ କର୍ମକର୍ତା। ଅନ୍ୟପଟେ ରୋଗୀ ସେବା ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି ।
ଅନ୍ୟପଟେ ସଂଘର ଦାବି ଅନୁସାରେ ଏକ ଆନ୍ତଃବିଭାଗୀୟ କମିଟି ଗଠନ କରିବା ପାଇଁ ସରକାର ରାଜି ହୋଇଛନ୍ତି। ଏହି କମିଟି ସଂଘର ଦାବି ଉପରେ ବିଚାରକରି ବିହିତ ପଦକ୍ଷେପ ନେବେ। ପରିସ୍ଥିତି ଜଟିଳ ହେବାରେ ଲାଗିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ନର୍ସିଂ ସଂଘର ଦାବି ପୂରଣ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।




