ପ୍ରବାସୀ ଭାରତୀୟ ଦିବସ ପାଇଁ କମିଶନରେଟ ପୋଲିସର ଟ୍ରାଫିକ କଟକଣା

ଭୁବନେଶ୍ୱର : ଆଉ ଦିନକ ପରେ ରାଜଧାନୀବାସୀ ପାଳନ କରିବେ ପ୍ରବାସୀ ଭାରତୀୟ ଦିବସ । ଭୁବନେଶ୍ୱର ଜନତା ମୈଦାନରେ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । ଏଥିପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେଣି ଜଣକ ପରେ ଜଣେ ଅତିଥି । ପ୍ରବାସୀ ଭାରତୀୟଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ହୋଇଛି ବ୍ୟାପକ ଆୟୋଜ । ୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯ […]

Samaya Live Picture
Published On

ଭୁବନେଶ୍ୱର : ଆଉ ଦିନକ ପରେ ରାଜଧାନୀବାସୀ ପାଳନ କରିବେ ପ୍ରବାସୀ ଭାରତୀୟ ଦିବସ । ଭୁବନେଶ୍ୱର ଜନତା ମୈଦାନରେ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । ଏଥିପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେଣି ଜଣକ ପରେ ଜଣେ ଅତିଥି । ପ୍ରବାସୀ ଭାରତୀୟଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ହୋଇଛି ବ୍ୟାପକ ଆୟୋଜ । ୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯ ତାରିଖରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ୧୦ ତାରିଖରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାକୁ ନଜରରେ ରଖି ସହରରେ ସାମୟିକ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି । ସମ୍ମିଳନୀର ବାକି ସବୁ ସମୟରେ ସହରରେ ଟ୍ରାଫିକ୍‌ ଚଳାଚଳ ସ୍ୱାଭାବିକ ରହିବ। ଟ୍ରାଫିକ୍‌ କଟକଣା ଥିବା ରାସ୍ତାରେ ନଯାଇ ଅନ୍ୟ ରାସ୍ତାରେ ଯାତାୟାତ ପାଇଁ କମିଶନରେଟ ପୁଲିସ ସହରବାସୀଙ୍କୁ ଅନୁରୋଧ କରିଛି ।

ଆସନ୍ତା ୮ ତାରିଖରେ ପ୍ରଧାନମନ୍ତ୍ରୀ ବିଶାଖାପାଟଣାରୁ ବାହାରି ରାତି ୮ଟା ୧୫ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେ ବିମାନବନ୍ଦରରୁ ରାଜଭବନକୁ ଯିବା ପାଇଁ ସନ୍ଧ୍ୟା ୭ଟା ୫୦ ମିନିଟ୍‌ରୁ ରାତି ୮ଟା ୩୦ ମିନିଟ୍‌ ଯାଏ ବିମାନବନ୍ଦରରୁ ରାଜଭବନ ରାସ୍ତାକୁ ସମ୍ପୂର୍ଣ୍ଣ ସିଲ୍‌ କରାଯିବ । ଏୟାରପୋର୍ଟ ଟ୍ରାଫିକ୍‌, କ୍ୟାପିଟାଲ ହସ୍ପିଟାଲ, ଏଜି ଛକ ଓ ରାଜଭବନ ଗୋଲେଇ ଛକ ସଂଲଗ୍ନ ଗଳି ରାସ୍ତାରୁ ମୁଖ୍ୟ ରାସ୍ତାକୁ କେହି ବାହାରି ପାରିବେନି ।

ତା’ ପରଦିନ ଅର୍ଥାତ୍‌ ଗୁରୁବାର ସକାଳ ୯ଟା ୩୦ ମିନିଟରୁ ଅଧ ଘଣ୍ଟାଏ ପାଇଁ ରାଜଭବନରୁ ନାଲ୍‌କୋ ଛକ ରାସ୍ତା ବନ୍ଦ ରହିବ । ୧୨୦ ବାଟାଲିୟନ, ଶାସ୍ତ୍ରୀନଗର, ବେହେରା ସାହି, ଜୟଦେବ ବିହାର, ଜାଭିୟର ଛକକୁ ଲାଗିକି ଥିବା ଗଳି ରାସ୍ତାରୁ ସାମ୍ନାକୁ କେହି ବାହାରି ପାରିବେନି । ଜନତା ମଇଦାନର ସମ୍ମିଳନୀ ସ୍ଥଳକୁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ଯିବ । ସେହିଦିନ ପ୍ରଧାନମନ୍ତ୍ରୀଙ୍କ ଫେରିବା ପାଇଁ ନାଲ୍‌କୋ ଛକରୁ ରାଜଭବନ ଓ ସେଠାରୁ ଏୟାରପୋର୍ଟ ରାସ୍ତାକୁ ସାଢ଼େ ୧୧ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବନ୍ଦ କରାଯିବ ।

ଗୁରୁବାର ଗୌହାଟୀ ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଆସି ଅପରାହ୍ଣ ୪ଟା ୩୫ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ତାଙ୍କ କାରକେଡ୍‌ ରାଜଭବନକୁ ଯିବା ପାଇଁ ଏୟାରପୋର୍ଟରୁ ରାଜଭବନ ରାସ୍ତାକୁ ଅପରାହ୍ଣ ୪ଟା ୨୦ ମିନିଟ୍‌ରୁ ୪ଟା ୫୦ ମିନିଟ୍‌ ଯାଏ ବନ୍ଦ ରଖାଯିବ । ରାଷ୍ଟ୍ରପତି ରାଜଭବନରେ ପହଞ୍ଚିବା ପରେ ରାତ୍ରିଯାପନ କରିବେ ।

ଶୁକ୍ରବାର ସକାଳ ୧୧ଟା ୨୦ ମିନିଟ୍‌ରୁ ୧୧ଟା ୫୦ ମିନିଟ୍‌ ଯାଏ ରାଜଭବନରୁ ନାଲ୍‌କୋ ଛକ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ସମୟ ଭିତରେ ସମ୍ମିଳନୀ ସ୍ଥଳକୁ ରାଷ୍ଟ୍ରପତିଙ୍କ କାର୍‌କେଡ୍‌ ଯିବ । ସେହିଦିନ ରାଷ୍ଟ୍ରପତି ଫେରିବା ପାଇଁ ନାଲ୍‌କୋ ଛକ-ରାଜଭବନ-ବିମାନବନ୍ଦର ରାସ୍ତାକୁ ଅପରାହ୍ଣ ୪ଟା ୫୦ ମିନିଟ୍‌ରୁ ୫ଟା ୨୫ ମିନିଟ୍‌ ଯାଏ ବନ୍ଦ କରାଯିବ ।

Tags: