କମିଶନରେଟ ପୋଲିସର ହେଲ୍ପ ଲାଇନ ନମ୍ବର ଜାରି
ଭୁବନେଶ୍ୱର : ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟ ଘଟଣାକୁ ନେଇ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛି ଓଡିଶା ପ୍ରଦେଶ କଂଗ୍ରେସ । ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁ ଦୋକାନ ବଜାର ସହ ଶିକ୍ଷାନୁଷ୍ଠାନ ଏବଂ ଚକ ଅଖ ସବୁ ବନ୍ଦ ରହିଛି । ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଛକରେ କଂଗ୍ରେସ ପକ୍ଷରୁ ଜୋରଦାର ପିକେଟିଂ କରାଯାଇଛି । ଫଳରେ ରାସ୍ତାରେ ଗାଡ଼ି ଅଟକି ରହିଛି । ତେବେ ବନ୍ଦ ବେଳେ […]
ଭୁବନେଶ୍ୱର : ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟ ଘଟଣାକୁ ନେଇ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛି ଓଡିଶା ପ୍ରଦେଶ କଂଗ୍ରେସ । ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁ ଦୋକାନ ବଜାର ସହ ଶିକ୍ଷାନୁଷ୍ଠାନ ଏବଂ ଚକ ଅଖ ସବୁ ବନ୍ଦ ରହିଛି । ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଛକରେ କଂଗ୍ରେସ ପକ୍ଷରୁ ଜୋରଦାର ପିକେଟିଂ କରାଯାଇଛି । ଫଳରେ ରାସ୍ତାରେ ଗାଡ଼ି ଅଟକି ରହିଛି । ତେବେ ବନ୍ଦ ବେଳେ ଯେମିତି କେହି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ, ସେଥିପାଇଁ କମିସନରେଟ ପୋଲିସ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ଏହି ନମ୍ବରଟି ହେଉଛି – ୦୬୭୪୨୫୪୩୫୪୧ । ତେବେ ବନ୍ଦ ପାଇଁ ବନ୍ଦ ବେଳେ ଅସୁବିଧା ଭୋଗିଲେ ଏହି ନମ୍ବରରେ ଜଣାଇବା ପାଇଁ କହିଛି କମିସନରେଟ ପୋଲିସ ।
ବିଶେଷ କରି ମେଡିକାଲ ଯାଉଥିବା ରୋଗୀ, ସରକାରୀ କର୍ମଚାରୀ, ଜରୁରୀକାଳୀନ ସେବା ଯୋଗାଉ ଥିବା ବ୍ୟକ୍ତି କିମ୍ବା ଗାଡି ଚାଳକ ମାନେ ଯୋଗାଯୋଗ କରିପାରିବେ । ଏହା ଶହ କମିସନରେଟ ପୋଲିସର ମେଲ୍ ଆଇଡିକୁ ଜଣେଇବାକୁ ଅପିଲ୍ କଲା ପୋଲିସ ।
ଆଜି ଓଡିଶା ବନ୍ଦ ପାଇଁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଲେଣି। ମେଡିକାଲ ଠାରୁ ଆରମ୍ଭ କରି ବିମାନ ବାଣ୍ଡର ଯାଏଁ ଗାଡି ନପାଇବାରୁ ଅସନ୍ତୋଷ ଯାହାରି କରୁଛନ୍ତି ଲୋକେ । ନିଜ ଚିକିତ୍ସା ପାଇଁ ବାହାର ରାଜ୍ୟରୁ ଆସିଥିବା ଜଣେ କର୍କଟ ରୋଗୀଙ୍କ ଗାଡିକୁ କଂଗ୍ରେସ କର୍ମୀ ଛାଡି ନଥିଲେ । ଗାଡି ନପାଇ ଯାତ୍ରୀମାନେ ହଇରାଣ ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ସେହିପରି ମାଷ୍ଟର କ୍ୟାଣ୍ଟିନରେ ଆମ ବସକୁ ଅଟକାଇ ଚାବି ଛଡାଇ ନେଇଗଲେ କଂଗ୍ରେସ କର୍ମୀ । ରାସ୍ତା ମଝିରେ ଠିଆ ହୋଇଛି ଆମ ବସ୍ ।




