ମୃତଦେହ ଚିହ୍ନଟ ପାଇଁ ୨୫ ହଜାର ଟଙ୍କାର ପୁରସ୍କାର ଘୋଷଣା କଲା କମିଶନରେଟ ପୋଲିସ
ଭୁବନେଶ୍ୱର : ଅଜଣା ମୃତଦେହକୁ ନେଇ ଅଡୁଆରେ କମିଶନରେଟ ପୋଲିସ । ୪୮ ଘଣ୍ଟା ପରେ ମଧ୍ୟ ଚିହ୍ନଟ ହୋଇ ପାରୁନାହିଁ ମୃତଦେହ । ମୃତଦେହ ଚିହ୍ନଟ ପାଇଁ ୨୫ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛି କମିଶନରେଟ ପୋଲିସ । ଏହାସହ ଜାରି ହୋଇଛି ପୋଷ୍ଟର । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ବର ମଞ୍ଚେଶ୍ବର ରେଳ ଡବା କାରଖାନା ପାଖ ଫୁଟବଲ ପଡ଼ିଆରୁ ମିଳିଥିବା ମୃତଦେହର ପରିଚୟ […]
ଭୁବନେଶ୍ୱର : ଅଜଣା ମୃତଦେହକୁ ନେଇ ଅଡୁଆରେ କମିଶନରେଟ ପୋଲିସ । ୪୮ ଘଣ୍ଟା ପରେ ମଧ୍ୟ ଚିହ୍ନଟ ହୋଇ ପାରୁନାହିଁ ମୃତଦେହ । ମୃତଦେହ ଚିହ୍ନଟ ପାଇଁ ୨୫ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛି କମିଶନରେଟ ପୋଲିସ । ଏହାସହ ଜାରି ହୋଇଛି ପୋଷ୍ଟର । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ବର ମଞ୍ଚେଶ୍ବର ରେଳ ଡବା କାରଖାନା ପାଖ ଫୁଟବଲ ପଡ଼ିଆରୁ ମିଳିଥିବା ମୃତଦେହର ପରିଚୟ ଏଯାଏ ମିଳିପାରିନାହିଁ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସେହି ମୃତକଙ୍କ ଶରୀରେ ଥିବା କିଛି ସାମଗ୍ରୀକୁ ଆଧାର କରି ମୃତକଙ୍କୁ ଚିହ୍ନଟ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି । ମୃତକଙ୍କ ହାତ ଘଣ୍ଟା, ରୁମାଲ ଓ ବେଲ୍ଟ ସହ ଫୁଲ ପ୍ୟାଣ୍ଟ ଓ ପିନ୍ଧିଥିବା ଜୋତାର ଫଟୋ ଜାରି କରିଛି ପୋଲିସ । ଏସବୁ ଜିନିଷରୁ ମୃତକଙ୍କ ସମ୍ପର୍କରେ ସଠିକ ସୁଚନା ଦେଲେ ୨୫ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ରାଶି ଦିଆଯିବ ବୋଲି କମିଶନରେଟ ପକ୍ଷରୁ କୁହାଯାଇଛି ।




