ଘାଟି ତଳକୁ କମାଣ୍ଡର ଜିପ ଖସି ୧୫ ଆହତ

ମାଲକାନଗିରି : ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା କମାଣ୍ଡର ଜିପ I ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି I ମାଲକାନଗିରି ଜିଲ୍ଲା ବାୟାପଡା ଘାଟରେ ଘଟିଛି ଦୁର୍ଘଟଣା I ଆଜି ସକାଳେ କମାଣ୍ଡର ଜିପରେ ୨୫ ଜଣ ଯାତ୍ରୀ ସାପ୍ତାହିକ ହାତ ନିମନ୍ତେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ଆମଳିବେଡାରୁ କୁଡୁମୁଲୁଗୁମ୍ମା ହାଟକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ବାୟାପଡା ଘାଟି ତଳକୁ ଖସିପଡିଥିଲା । […]

ଘାଟି ତଳକୁ କମାଣ୍ଡର ଜିପ ଖସି ୧୫ ଆହତ
Samaya Live Picture
Published On

ମାଲକାନଗିରି : ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା କମାଣ୍ଡର ଜିପ I ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି I ମାଲକାନଗିରି ଜିଲ୍ଲା ବାୟାପଡା ଘାଟରେ ଘଟିଛି ଦୁର୍ଘଟଣା I ଆଜି ସକାଳେ କମାଣ୍ଡର ଜିପରେ ୨୫ ଜଣ ଯାତ୍ରୀ ସାପ୍ତାହିକ ହାତ ନିମନ୍ତେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ଆମଳିବେଡାରୁ କୁଡୁମୁଲୁଗୁମ୍ମା ହାଟକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ବାୟାପଡା ଘାଟି ତଳକୁ ଖସିପଡିଥିଲା । ଘଟଣାସ୍ଥଳରେ କୁଡୁମୁଲୁଗୁମ୍ମା ଅଗ୍ନିଶମ ବାହିନୀ ପହଁଚି ଗାଡି ଭିତରୁ ଆହତ ମାନଙ୍କୁ ଉଦ୍ଧାର କରିଛନ୍ତି। ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଏବେ ମଧ୍ୟ କିଛି ଯାତ୍ରୀ ଫସି ରହିଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ କରିବା ସହ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି ।

Tags: