ମୋ ବସ ଧକ୍କାରେ କଲେଜ ଛାତ୍ରୀ ଗୁରୁତର

ଭୁବନେଶ୍ୱର : ଦିନକୁ ଦିନ ବଢି ଚାଲିଛି ମୋ ବସ ଚାଳକଙ୍କ ବେପରୁଆ ଗାଡି ଚାଳନା । ଫଳରେ ଅନେକ ସ୍ଥାନରେ ଜୀବନହାନୀ ଘଟିବା ସହିତ କେତେକ ଗୁରୁତର ହେଉଛନ୍ତି । ଆଜି ସେହିଭଳି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନିକଟରେ ମୋ ବସ ଦୁର୍ଘଟଣା ଘଟାଇଛି । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେଜଣେ ଯୁବତୀଙ୍କୁ ଧକ୍କା ଦେଇ ତାଙ୍କ ବାମପଟେ ଚଢ଼ିଯାଇଥିଲା ବସ୍‌ । ଫଳରେ ଯୁବତୀଙ୍କ ହାତ ଓ କାନ୍ଧ ହାଡ ଭାଙ୍ଗିଯାଇଥିବା ଜଣାପଡିଛି । ତାଙ୍କୁ […]

Samaya Live Picture
Published On

ଭୁବନେଶ୍ୱର : ଦିନକୁ ଦିନ ବଢି ଚାଲିଛି ମୋ ବସ ଚାଳକଙ୍କ ବେପରୁଆ ଗାଡି ଚାଳନା । ଫଳରେ ଅନେକ ସ୍ଥାନରେ ଜୀବନହାନୀ ଘଟିବା ସହିତ କେତେକ ଗୁରୁତର ହେଉଛନ୍ତି । ଆଜି ସେହିଭଳି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନିକଟରେ ମୋ ବସ ଦୁର୍ଘଟଣା ଘଟାଇଛି । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେଜଣେ ଯୁବତୀଙ୍କୁ ଧକ୍କା ଦେଇ ତାଙ୍କ ବାମପଟେ ଚଢ଼ିଯାଇଥିଲା ବସ୍‌ । ଫଳରେ ଯୁବତୀଙ୍କ ହାତ ଓ କାନ୍ଧ ହାଡ ଭାଙ୍ଗିଯାଇଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଜାରି ରହିଛି । ଫଳରେ ନନ୍ଦନକାନନ ପଟୁ ଆସୁଥିବା ସମସ୍ତ ‘ମୋ ବସ୍’ ଅଟକି ରହିଛି । ପାଖାପାଖି ୨୦ରୁ ଅଧିକ ମୋ ବସ୍‌କୁ ଅଟକାଇଛନ୍ତି ଲୋକେ । ପରିସ୍ଥିତି ଅଣାୟତ୍ତ ହେବାରୁ ନିୟନ୍ତ୍ରଣ ପାଇଁ ଚନ୍ଦ୍ରଶେଖରପୁର ଥାନା ଓ ଇନଫୋସିଟି ଥାନା ପୋଲିସ ଉପସ୍ଥିତ ଅଛନ୍ତି । ଦୁର୍ଘଟଣା ପରେ ମୋ ବସ ଡ୍ରାଇଭର ବସ ଛାଡି ଫେରାର ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୋ ବସ କୃଟ ର କୌଣସି ଅଧିକାରୀ ଘଟଣାସ୍ଥଳରେ ଆସି ପହଞ୍ଚି ନଥିବା ଜଣାପଡିଛି ।

Tags: