ପ୍ରତି ବ୍ଲକ ରେ ଖୋଲାଯିବ ଶୀତଳ ଭଣ୍ଡାର – ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର : ପ୍ରତି ବ୍ଲକରେ ଖୋଲାଯିବ ଗୋଟିଏ ଲେଖାଏ ଶୀତଳଭଣ୍ଡାର । ଫଳରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଖାଦ୍ୟଶସ୍ୟ ନଷ୍ଟ ହେବ ନାହିଁ। ଏଥିସହିତ ସଠିକ୍ ମୂଲ୍ୟ ମଧ୍ୟ ମିଳିବ। ଏନେଇ ଆଜି ଗୃହରେ ବଡ଼ ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଚାଷୀଙ୍କ ଅତିରିକ୍ତ ଉତ୍ପାଦକୁ ସଂଗ୍ରହ କରି ରଖିବା ପାଇଁ ପ୍ରତି ବ୍ଲକରେ ଶୀତଳଭଣ୍ଡାର ଖୋଲାଯିବ। ଯେଉଁଠି ମଣ୍ଡି ବ୍ୟବସ୍ଥା ନାହିଁ, ସେଠି ମଣ୍ଡି ବ୍ୟବସ୍ଥା ଆରମ୍ଭ ହେବ। ସେହିପରି […]
ଭୁବନେଶ୍ୱର : ପ୍ରତି ବ୍ଲକରେ ଖୋଲାଯିବ ଗୋଟିଏ ଲେଖାଏ ଶୀତଳଭଣ୍ଡାର । ଫଳରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଖାଦ୍ୟଶସ୍ୟ ନଷ୍ଟ ହେବ ନାହିଁ। ଏଥିସହିତ ସଠିକ୍ ମୂଲ୍ୟ ମଧ୍ୟ ମିଳିବ। ଏନେଇ ଆଜି ଗୃହରେ ବଡ଼ ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଚାଷୀଙ୍କ ଅତିରିକ୍ତ ଉତ୍ପାଦକୁ ସଂଗ୍ରହ କରି ରଖିବା ପାଇଁ ପ୍ରତି ବ୍ଲକରେ ଶୀତଳଭଣ୍ଡାର ଖୋଲାଯିବ। ଯେଉଁଠି ମଣ୍ଡି ବ୍ୟବସ୍ଥା ନାହିଁ, ସେଠି ମଣ୍ଡି ବ୍ୟବସ୍ଥା ଆରମ୍ଭ ହେବ।
ସେହିପରି ମନ୍ତ୍ରୀ କହିଛନ୍ତି,ଚଳିତ ବର୍ଷ ଆଳୁ ଚାଷ ଭଲ ହୋଇଛି । ଏଣିକି ଆଳୁ ପାଇଁ ଓଡ଼ିଶା, ପଶ୍ଚିମବଙ୍ଗ କିମ୍ବା ଅନ୍ୟ କେଉଁ ରାଜ୍ୟ ଉପରେ ନିର୍ଭର କରିବନି । ଧାନ ଭଳି ହେବ ପରିବା ମଣ୍ଡି । ଶୀତଳଭଣ୍ଡାରରେ ପନିପରିବା ରଖିବେ ଚାଷୀ । ଚାଷୀ ମାରଣ ନୀତି ବରଦାସ୍ତ କରାଯିବ ନାହିଁ । କଟନି ଛଟନି ବନ୍ଦ ସଫଳ ହୋଇଛି । ଏବେ ସୁଦ୍ଧା ୨୪ ମିଲ୍କୁ ସିଲ୍ କରିଛି ଯୋଗାଣ ବିଭାଗ । ଧାନ ମଣ୍ଡି ରୁ କିଛି ବିଧାୟକଙ୍କ ଏକ୍ସଟ୍ରା ଇନକମ ହେଉଥିଲା ଯାହା ଏବେ ବନ୍ଦ ହୋଇଯାଇଛି। ମାସିକିଆ ନେଉଥିଲେ। ବନ୍ଦ ହୋଇଥିବା କାରଣରୁ ସେମାନେ ଦୁଃଖୀ ଅଛନ୍ତି। ଦୁର୍ନୀତିଗ୍ରସ୍ତ ମିଲର ଓ ଦଲାଲ ଦୁଃଖୀ ହେବା ସ୍ଵାଭାବିକ।
ଅନ୍ୟପକ୍ଷରେ ସୋମବାର ଓଡ଼ିଶା ବଜେଟ୍। ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ରାଜ୍ୟର ଅର୍ଥ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବାବେଳେ ତାଙ୍କ ବଜେଟ ପେଡ଼ିରେ କ’ଣ ରହିଛି ତାହାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବଜେଟର ଆକାର ପ୍ରାୟ ୩୦ ହଜାର କୋଟି ବୃଦ୍ଧି ହେବ ବୋଲି ଆକଳନ କରାଯାଉଛି। ଫଳରେ ବ୍ୟୟବରାଦ ୩ ଲକ୍ଷ କୋଟି ଟଙ୍କା ଛୁଇଁବା ସମ୍ଭାବନା ରହିଛି।
ବିଜେପିର ନିର୍ବାଚନୀ ସଂକଳ୍ପପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଗୁରୁତ୍ୱ ଦେଇ ବଜେଟରେ ଅର୍ଥ ବ୍ୟୟବରାଦ ହୋଇଥିବା ଆଶା କରାଯାଉଛି। କୃଷକଙ୍କ ଆୟ ବୃଦ୍ଧି ଏବଂ ମହିଳା ସଶକ୍ତୀକରଣ ଉପରେ ମୋହନ ସରକାର ଗୁରୁତ୍ୱ ଦେଉଥିବାରୁ ଏଥିପାଇଁ ବଜେଟରେ ବିଶେଷ ଧ୍ୟାନ ଦିଆଯାଇଥାଇପାରେ ବୋଲି କୁହାଯାଉଛି।




