ସିଙ୍ଗାପୁର ଗଲେ ମୁଖ୍ୟମନ୍ତ୍ରୀ:ପୁଞ୍ଜିପତିଙ୍କୁ ଆମନ୍ତ୍ରଣ କରିବା ପାଇଁ ସିଙ୍ଗାପୁର ଗସ୍ତ
ଭୁବନେଶ୍ୱର: ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା’ ସମାବେଶରେ ସାମିଲ ହେବା ପାଇଁ ପୁଞ୍ଜିପତିଙ୍କୁ ଆମନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ୬ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଓ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ସିଙ୍ଗାପୁର ଗସ୍ତ କରିଥିବା ଜଣାପଡିଛି। ସେଠାରେ ଆୟୋଜିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏକାଧିକ ଶିଳ୍ପପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ନୂଆଦିଲ୍ଲୀ ଓ ମୁମ୍ବାଇରେ […]
ଭୁବନେଶ୍ୱର: ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା’ ସମାବେଶରେ ସାମିଲ ହେବା ପାଇଁ ପୁଞ୍ଜିପତିଙ୍କୁ ଆମନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ୬ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଓ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ସିଙ୍ଗାପୁର ଗସ୍ତ କରିଥିବା ଜଣାପଡିଛି।
ସେଠାରେ ଆୟୋଜିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏକାଧିକ ଶିଳ୍ପପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ନୂଆଦିଲ୍ଲୀ ଓ ମୁମ୍ବାଇରେ ଆୟୋଜିତ ହୋଇଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେଇ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକଙ୍କୁ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ।ଓଡିଶାକୁ ଅଧିକରୁ ଅଧିକ ପୁଞ୍ଜିପତି କେମିତି ଆସିବେ ସେ ନେଇ ରାଜ୍ୟ ସରକାର ତମାମ ପ୍ରୟାସ ଜାରି ରଖିଛନ୍ତି।ଓଡିଶାରେ ଭଲ ଶିଳ୍ପାୟାନ ପରିବେଶ ରହିଛି।ଏଠାକୁ ବିଜିନେସ ପାଇଁ ଆସିଲେ ପୁଞ୍ଜିପତିମାନେ ସେମାନଙ୍କ ଲାଭ ଉଠେଇ ପାରିବେ ବୋଲି ରାଜ୍ୟ ସରକାର ପୁଞ୍ଜିପତିମାନଙ୍କୁ ଅବଗତ କରାଇ ଆସୁଛନ୍ତି।




