ଅବକାରୀ ନୀତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ନୂଆ ଅବକାରୀ ନୀତି ନେଇ ହେବ ମାନସ ମନ୍ଥନ । ଅବକାରୀ ନୀତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଚଳିତ ମାସରୁ ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବାକୁ ଯାଉଛି । ଏହାପୂର୍ବରୁ ନୂଆ ଅବକାରୀ ନୀତି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ନିକଟରେ ଏକ ପ୍ରତିନିଧି ଦଳ ଦୁଇଟି ରାଜ୍ୟକୁ ଗସ୍ତ କରି ସେଠାକାର ଅବକାରୀ ନୀତି ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରୁଛି । […]
ଭୁବନେଶ୍ୱର : ଆଜି ନୂଆ ଅବକାରୀ ନୀତି ନେଇ ହେବ ମାନସ ମନ୍ଥନ । ଅବକାରୀ ନୀତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଚଳିତ ମାସରୁ ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବାକୁ ଯାଉଛି । ଏହାପୂର୍ବରୁ ନୂଆ ଅବକାରୀ ନୀତି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ନିକଟରେ ଏକ ପ୍ରତିନିଧି ଦଳ ଦୁଇଟି ରାଜ୍ୟକୁ ଗସ୍ତ କରି ସେଠାକାର ଅବକାରୀ ନୀତି ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରୁଛି । ସେହି ତଥ୍ୟକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରାଯିବ। ପରେ ସେସବୁର ତର୍ଜମା କରି ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ନେଇ ରାଜ୍ୟସରକାର ନିଷ୍ପତି ନେବେ ।




