ଦିବ୍ୟାଙ୍ଗ ବାଳକକୁ ଅଭିଯୋଗ ପ୍ରକୋଷ୍ଠରୁ ମେଡିକାଲ ପଠାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମହାନତା । ଅଭିଯୋଗ ପ୍ରକୋଷ୍ଠରୁ ଦିବ୍ୟାଙ୍ଗଙ୍କୁ ମେଡିକାଲ ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଭିଯୋଗ ପ୍ରକୋଷ୍ଠରେ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆମ୍ବୁଲାନ୍ସ ଡକାଇ ମେଡିକାଲ ପଠାଇଛନ୍ତି। ଆଜି ଜଣେ ଚାଲିପାରୁ ନଥିବା ୧୨ ବର୍ଷୀୟ ବାଳକ ଚିକିତ୍ସା ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କର ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଏବଂ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି। ପ୍ରାଥମିକ ପରୀକ୍ଷା ପରେ ଚିକିତ୍ସା […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମହାନତା । ଅଭିଯୋଗ ପ୍ରକୋଷ୍ଠରୁ ଦିବ୍ୟାଙ୍ଗଙ୍କୁ ମେଡିକାଲ ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଭିଯୋଗ ପ୍ରକୋଷ୍ଠରେ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆମ୍ବୁଲାନ୍ସ ଡକାଇ ମେଡିକାଲ ପଠାଇଛନ୍ତି। ଆଜି ଜଣେ ଚାଲିପାରୁ ନଥିବା ୧୨ ବର୍ଷୀୟ ବାଳକ ଚିକିତ୍ସା ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କର ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଏବଂ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି। ପ୍ରାଥମିକ ପରୀକ୍ଷା ପରେ ଚିକିତ୍ସା କରାଯିବ। ସମସ୍ତ ଚିକିତ୍ସା ଦାୟିତ୍ଵ ସରକାର ନେବେ ବୋଲି ସୂଚନା ମିଳିଛି।
ସୂଚନାନୁସାରେ,ଆଜି ଭୁବନେଶ୍ବର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି ଚାଲିଥିଲା । ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜାନୁଆରୀ ୩୧ ତାରିଖ ଦିନ ୧୧ ଟାଠାରୁ ଆରମ୍ଭ ହୋଇଥିଲା । ଯେଉଁଥିରେ କି ସର୍ବାଧିକ ଏକ ହଜାର ପଞ୍ଜୀକରଣ କରିପାରିବା ନେଇ ସୂଚନା ଦିଆଯାଇଥିଲା । ଏଥିପାଇଁ ଲୋକମାନେ ଜନସାଧାରଣ ଜନଶୁଣାଣି ପୋର୍ଟାଲ janasunani.odisha.gov.in ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିଥିଲେ ।




