ରାଜ୍ୟରେ ପ୍ରଥମ ସେମିକଣ୍ଡକ୍ଟ ୟୁନିଟର ଭୂମିପୂଜନ,ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭିସିର ଯୋଡ଼ିହେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ସେମିକଣ୍ଡକ୍ଟ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ । ଭୂମିପୂଜନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭିସି ମାଧ୍ୟମରେ ଯୋଗଦେଲେ କେନ୍ଦ୍ର ଆଇଟି ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର ଇନଫୋ ଭ୍ୟାଲିରେ ବୃହତ ସେମିକଣ୍ଡକ୍ଟର୍‌ ଫାବ୍ରିକେସନ୍‌ ୟୁନିଟ୍‌ (ସିକସେମ୍‌)ର ଭୂମି ପୂଜନ ହୋଇଛି । ଏହା ରାଜ୍ୟରେ ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ପ୍ରକଳ୍ପ । […]

ରାଜ୍ୟରେ ପ୍ରଥମ ସେମିକଣ୍ଡକ୍ଟ ୟୁନିଟର ଭୂମିପୂଜନ,ଯୋଗଦେଲେ ମୁଖ୍ୟମନ୍ତ୍ରୀ
Samaya Live Picture
Published On

ଭିସିର ଯୋଡ଼ିହେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ସେମିକଣ୍ଡକ୍ଟ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ । ଭୂମିପୂଜନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭିସି ମାଧ୍ୟମରେ ଯୋଗଦେଲେ କେନ୍ଦ୍ର ଆଇଟି ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର ଇନଫୋ ଭ୍ୟାଲିରେ ବୃହତ ସେମିକଣ୍ଡକ୍ଟର୍‌ ଫାବ୍ରିକେସନ୍‌ ୟୁନିଟ୍‌ (ସିକସେମ୍‌)ର ଭୂମି ପୂଜନ ହୋଇଛି ।

ଏହା ରାଜ୍ୟରେ ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ପ୍ରକଳ୍ପ । ସିକସେମ୍‌ ପ୍ରାଇଭେଟ୍ ଲିମିଟେଡ୍ ସେମିକଣ୍ଡକ୍ଟର ପ୍ରକଳ୍ପ ଭୁବନେଶ୍ୱରରେ ପ୍ରତିଷ୍ଠା ହେବା ଏକ ବଡ ପଦକ୍ଷେପ । ଏଥିପାଇଁ ୨ ହଜାର ୬୭ କୋଟି ଟଙ୍କା ନିବେଶ କରିବ ସଂସ୍ଥା । ମେକ୍‌ ଇନ୍‌ ଇଣ୍ଡିଆ ଓ ଡିଜିଟାଲ୍‌ ଇଣ୍ଡିଆ ଦୃଷ୍ଟିକୋଣରେ ତିଆରି ହେଉଥିବା ଏହି ପ୍ରକଳ୍ପ ଭାରତର ଅର୍ଦ୍ଧପରିବାହୀ ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବ । ଏ ବାବଦରେ ଇଡ଼କୋ ୨୩ ଏକର ଜମି ଯୋଗାଇ ଦେଇଥିବା ବେଳେ ସିକସେମ୍‌ ୨୦୬୭ କୋଟି ଟଙ୍କା ବିନିଯୋଗ କରିବ । ଫଳରେ ପ୍ରତ୍ୟକ୍ଷ ଭାବେ ହଜାରେରୁ ଅଧିକ ଲୋକ ନିଯୁକ୍ତି ପାଇବା ସହିତ ପରୋକ୍ଷରେ ବହୁ ଲୋକଙ୍କୁ ନିଯୁକ୍ତି ମିଳିପାରିବ । ଏହି ପରିପ୍ରେକ୍ଷୀରେ ରେଳମନ୍ତ୍ରୀଙ୍କ ଗସ୍ତ ରାଜ୍ୟରେ ହେବାକୁ ଥିବା ବିଭିନ୍ନ ନୂଆ ରେଳ ପ୍ରକଳ୍ପ ବାବଦରେ ବୁଝାମଣାପତ୍ର(ଏମଓୟୁ) ସ୍ୱାକ୍ଷର ହେବ ।

ଗୁରୁବାର ରେଳ ମନ୍ତ୍ରୀ ଘୋଷଣା କରିଥିବା ଓଡ଼ିଶାରେ ୯୨ଟି ନୂଆ ରେଳ ଓଭରବ୍ରିଜ୍‌ର ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ପୂର୍ବରୁ ଉଭୟ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ଏହି ରେଳ ଓଭରବ୍ରିଜ୍‌ଗୁଡ଼ିକ ପାଇଁ ୫୦-୫୦ ଅନୁପାତରେ ଖର୍ଚ୍ଚ କରିବେ ବୋଲି ସ୍ଥିର ହୋଇଥିଲା ।

Tags: