ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ‘ସିଏମ କିଷାନ’

ଭୁବନେଶ୍ୱର : ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ କିଷାନ ଯୋଜନା। ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି ସିଂହଦେଓ। ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ହଜାର ଟଙ୍କା। ନୂଆଖାଇ ଏବଂ ଅକ୍ଷୟ ତୃତୀୟାରେ ମିଳିବ ସିଏମ କିଷାନ ଟଙ୍କା । ନୂଆ ହିତାଧିକାରୀ ସାମିଲ ହେବାକୁ ହେଲେ ସିଏମ୍‌‌ କିଷାନ ଅଫିସିଆଲ ୱେବସାଇଟ ରେ ଯାଇ ଆବେଦନ କରିପାରିବେ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ କିଷାନ ଯୋଜନା। ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି ସିଂହଦେଓ। ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ହଜାର ଟଙ୍କା। ନୂଆଖାଇ ଏବଂ ଅକ୍ଷୟ ତୃତୀୟାରେ ମିଳିବ ସିଏମ କିଷାନ ଟଙ୍କା । ନୂଆ ହିତାଧିକାରୀ ସାମିଲ ହେବାକୁ ହେଲେ ସିଏମ୍‌‌ କିଷାନ ଅଫିସିଆଲ ୱେବସାଇଟ ରେ ଯାଇ ଆବେଦନ କରିପାରିବେ । ପୂର୍ବ ସରକାର ଅମଳରେ ଆରମ୍ଭ ହୋଇଥିବା କାଳିଆ ଯୋଜନା ନାମକୁ ପରିବର୍ତ୍ତନ କରାଯାଇ ସିଏମ୍ କିଷାନ ଯୋଜନାରେ ନାମିତ କରାଯାଇଛି। ଖୁବ୍‌ ଶୀଘ୍ର ଏହା ଲାଗୁ କରାଯିବ । ଯୋଗ୍ୟତା ଥାଇ ପିଏମ୍ କିଷାନ ଯୋଜନାରୁ ବାଦ୍‌ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ସେହିପରି ସିଏମ୍‌‌ କିଷାନ ଯୋଜନାରେ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨ହଜାର ୫ଶହ ଟଙ୍କା।

Tags: