ପବିତ୍ରର ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଖାତାକୁ ଗଲା ସିଏମ କିଷାନ ଟଙ୍କା
ଭୁବନେଶ୍ୱର : ଚାଷୀଙ୍କ ଖାତାକୁ ଗଲା ସିଏମ କିଷାନ ଟଙ୍କା । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣ୍ଟିଛନ୍ତି ସିଏମ୍ କିଷାନ ଟଙ୍କା । ପଞ୍ଜୀକୃତ ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପଠାଇଲେ ମୁଖ୍ୟମନ୍ତ୍ରୀ । ମୋଟ୍ ୫୦ ଲକ୍ଷ ୧୬ ଚାଷୀଙ୍କ ଖାତାକୁ ଟଙ୍କା ପଠାଯାଇଛି । ପ୍ରାୟ ୫୦ ଲକ୍ଷ ନାମମାତ୍ର, କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କ ଖାତାକୁ ଯାଇଛି ୧ ହଜାର […]
ଭୁବନେଶ୍ୱର : ଚାଷୀଙ୍କ ଖାତାକୁ ଗଲା ସିଏମ କିଷାନ ଟଙ୍କା । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣ୍ଟିଛନ୍ତି ସିଏମ୍ କିଷାନ ଟଙ୍କା । ପଞ୍ଜୀକୃତ ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପଠାଇଲେ ମୁଖ୍ୟମନ୍ତ୍ରୀ । ମୋଟ୍ ୫୦ ଲକ୍ଷ ୧୬ ଚାଷୀଙ୍କ ଖାତାକୁ ଟଙ୍କା ପଠାଯାଇଛି ।
ପ୍ରାୟ ୫୦ ଲକ୍ଷ ନାମମାତ୍ର, କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କ ଖାତାକୁ ଯାଇଛି ୧ ହଜାର କୋଟିରୁ ଅଧିକ ଟଙ୍କା । ସିଏମ୍ କିଷାନ ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ପ୍ରଦାନ କରାଯିବ । ଗତବର୍ଷ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମ କିସ୍ତି ଟଙ୍କା ବଣ୍ଟନ କରିଥିବାବେଳେ ବେଳେ ଏବେ ଦ୍ୱିତୀୟ କିସ୍ତି ମିଳିଛି । ସେହିପରି ପିଏମ କିଷାନ ଯୋଜନାରେ ୩ ଟି କିସ୍ତିରେ ବର୍ଷକୁ ୬ ହଜାର ଟଙ୍କା ଚାଷୀଙ୍କ ଖାତାକୁ ପଠାଉଛନ୍ତି କେନ୍ଦ୍ର ସରକାର ।
ବୁଧବାର ବରମୁଣ୍ଡାସ୍ଥିତ ଓୟୁଏଟିର ଶୈକ୍ଷିକ କୃଷି ଫାର୍ମରେ ଏ ନେଇ ରାଜ୍ୟସ୍ତରୀୟ କୃଷକ ସମାରୋହ ଆୟୋଜିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଓୟୁଏଟି ଫାର୍ମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ହଳକରି ଅକ୍ଷିମୁଠି ଅନୁକୂଳ କରି ଧାନ ବୁଣିଛନ୍ତି ।




