ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯୟ ଘୋଷଣା । କୃଷି ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । କ୍ଷତିଗ୍ରସ୍ତଙ୍କୁ ରାଜସ୍ବ ଓ ବିପର୍ଯୟ ରିଲିଫ ପାଣ୍ଠିରୁ ସହାୟତା ଦିଆଯିବ । ୩୩% ରୁ ଅଧିକ କ୍ଷତି ହୋଇଥିଲେ ସହାୟତା ଦିଆଯିବ । ଚଳିତ ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ୨୯୧ କୋଟି ୫୯ ଲକ୍ଷ […]

Samaya Live Picture
Published On

ଭୁବନେଶ୍ୱର : ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯୟ ଘୋଷଣା । କୃଷି ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । କ୍ଷତିଗ୍ରସ୍ତଙ୍କୁ ରାଜସ୍ବ ଓ ବିପର୍ଯୟ ରିଲିଫ ପାଣ୍ଠିରୁ ସହାୟତା ଦିଆଯିବ । ୩୩% ରୁ ଅଧିକ କ୍ଷତି ହୋଇଥିଲେ ସହାୟତା ଦିଆଯିବ । ଚଳିତ ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ ହଜାର ୭ ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ।

୨୯୧ କୋଟି ୫୯ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି । ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ରିଲିଫ ପାଣ୍ଠି ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । DBT ମାଧ୍ୟମରେ ଆର୍ଥିକ କ୍ଷତିପୂରଣ ଦିଆଯିବ । ୩/୪ ଦିନ ମଧ୍ୟରେ ଚାଷୀଙ୍କୁ ସହାୟତା ମିଳିବ । ଧାନ ଚାଷୀ କିମ୍ବା ପରିବା ଚାଷୀ ବୀମା କରି ନଥିଲେ ମଧ୍ୟ ସହାୟତା ରାଶି ପାଇବେ । ୧୫ ଦିନ ମଧ୍ୟରେ ବୀମା କମ୍ପାନୀ ସହାୟତା ରାଶି ପ୍ରଦାନ କରିବେ ।ଜିଲ୍ଲାପାଳମାନେ ଚାଷ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିଛନ୍ତି । ରିପୋର୍ଟ ଅନୁସାରେ ରାଜ୍ୟରେ ୬ ଲକ୍ଷ ୬୬ ହଜାର ୭୨୦ଜଣ ଚାଷୀଙ୍କ ୨ ଲକ୍ଷ ୨୬ ହଜାର ୭୯୧ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଛି ।

ଏଥିପାଇଁ SDRF ଫଣ୍ଡରୁ ୨୯୧କୋଟି ୬୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ସରକାର । ଆଗରୁ ବିପର୍ଯ୍ୟୟ ତାଲିକାରେ ସାମିଲ ନଥିଲା ଅଦିନିଆ ବର୍ଷା । ଫଳରେ ରାଜ୍ୟର ହଜାର ହଜାର ଚାଷୀ କ୍ଷତିଗ୍ରସ୍ତ ହେଉଥିଲେ । ଚାଷୀମାନେ ସହାୟତା ପାଇବାକୁ ବଞ୍ଚିତ ହେଉଥିଲେ।

Tags: