କ୍ୟାପିଟାଲ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣାରେ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଚିକିତ୍ସାଧୀନ ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣା । ଏହି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲକୁ ସାଲିଆସାହିରୁ ଜଣେ ୧୪ ମାସର ଶିଶୁ ‘ଆୟୁଷ’ ଥଣ୍ଡା ଜ୍ବରରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆସିଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା […]
ଭୁବନେଶ୍ୱର : ଚିକିତ୍ସାଧୀନ ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣା । ଏହି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲକୁ ସାଲିଆସାହିରୁ ଜଣେ ୧୪ ମାସର ଶିଶୁ ‘ଆୟୁଷ’ ଥଣ୍ଡା ଜ୍ବରରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆସିଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଏହି ଘଟଣାର ସଠିକ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନଥିଲେ ମଧ୍ୟ ଭୁଲ ଔଷଧ କାରଣରୁ ଶିଶୁଟିର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।
ଅନ୍ୟପଟେ,ଆଜି ରଣକ୍ଷେତ୍ର ପାଲଟିଛି କ୍ୟାପିଟାଲ ହସ୍ପିଟାଲ ପରିସର । ମୃତ ଶିଶୁର ବାପା ଜଣେ ଅଟୋ ଡ୍ରାଇଭର। ଶିଶୁର ମୃତ୍ୟୁ ପରେ ପରେ ଅଟୋ ସଂଘ ଭାଇମାନେ ଆଜି ସକାଳ ୬ ଟାରୁ ଧାରଣାରେ ବସିଥିଲେ । ଏହି ସମୟରେ କେତେଜଣ ଅଟୋଚାଳକ ବେହୋସ ହୋଇ ପଡିଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ପୁଣି ଥରେ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିବାବେଳେ ସେଠାରେ ଡ଼ିଉଟିରେ ଥିବା ସିକ୍ୟୁରିଟି ଗାର୍ଡ ମାନେ ତାଙ୍କୁ ମାଡ଼ମାରି ଥିଲେ । ଏହାକୁ ନେଇ ପୁଣି ତାତିଥିଲେ ସମସ୍ତ ସ୍ମାର୍ଟ ଅନଲାଇନ ଅଟୋ ସଂଘ। ଶହ ଶହ ସଂଖ୍ୟାରେ ଅଟୋଚାଳକ ଏୟାରପୋର୍ଟ ଛକରୁ ଶିଶୁ ଭବନ ଛକ ରାସ୍ତାରେ ଅଟୋ ରଖି ଅବରୋଧ କରିବା ସହ କ୍ୟାପିଟାଲ ହସ୍ପିଟାଲ ଭିତରକୁ ଧସେଇ ପଶିଛନ୍ତି । ଫଳରେ ବିମାନବନ୍ଦର ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ ଯାଏ ଯାତାୟାତ ଠପ ହୋଇଛି । ସମ୍ପୃକ୍ତ ଡାକ୍ତର ଏବଂ ମାଡ଼ ମାରିଥିବା ସିକ୍ୟୁରିଟି ଗାର୍ଡ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆନ୍ଦୋଳନକାରୀ ।




