ରାଜଧାନୀରେ ଦୃଷ୍ଟିବାଧିତ ମା’କୋଳରୁ ପିଲାଚୋରି ଘଟଣାରେ ଟେର ପାଇନି ପୋଲିସ

ଭୁବନେଶ୍ୱର : ରାଜଧାନୀର ଚାଞ୍ଚଲ୍ୟକର ଘଟଣା। ଭୁବନେଶ୍ୱର ରାମ ମନ୍ଦିର ସାମ୍ନାରେ ଜଣେ ଦୃଷ୍ଟିବାଧିତ ମା’କୋଳରୁ ପିଲାକୁ ଚୋରି କରିନେଲେ ଦୁର୍ବୁତ୍ତ । ଗତ କାଲି ବିଳମ୍ବିତ ରାତି ୩ ଟା ସମୟରେ ଘଟିଛି ଏହି ଘଟଣା । ଏପର୍ଯ୍ୟନ୍ତ ଘଟଣାକୁ ୩୦ ଘଣ୍ଟା ବିତିବାକୁ ଯାଉଥିଲେ ମଧ୍ୟ ଅପହରଣକାରୀଙ୍କ ଟେର ପାଇନାହିଁ କମିଶନରେଟ ପୋଲିସ । ଏହି ଘଟଣାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଡିସିପି କହିଛନ୍ତି ନିଖୋଜ ଶୁଭମ୍‌କୁ ଠାବ କରିବାକୁ ଗଠନ […]

ରାଜଧାନୀରେ ଦୃଷ୍ଟିବାଧିତ ମା’କୋଳରୁ ପିଲାଚୋରି ଘଟଣାରେ ଟେର ପାଇନି ପୋଲିସ
Samaya Live Picture
Published On

ଭୁବନେଶ୍ୱର : ରାଜଧାନୀର ଚାଞ୍ଚଲ୍ୟକର ଘଟଣା। ଭୁବନେଶ୍ୱର ରାମ ମନ୍ଦିର ସାମ୍ନାରେ ଜଣେ ଦୃଷ୍ଟିବାଧିତ ମା’କୋଳରୁ ପିଲାକୁ ଚୋରି କରିନେଲେ ଦୁର୍ବୁତ୍ତ । ଗତ କାଲି ବିଳମ୍ବିତ ରାତି ୩ ଟା ସମୟରେ ଘଟିଛି ଏହି ଘଟଣା । ଏପର୍ଯ୍ୟନ୍ତ ଘଟଣାକୁ ୩୦ ଘଣ୍ଟା ବିତିବାକୁ ଯାଉଥିଲେ ମଧ୍ୟ ଅପହରଣକାରୀଙ୍କ ଟେର ପାଇନାହିଁ କମିଶନରେଟ ପୋଲିସ ।

ଏହି ଘଟଣାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଡିସିପି କହିଛନ୍ତି ନିଖୋଜ ଶୁଭମ୍‌କୁ ଠାବ କରିବାକୁ ଗଠନ ହୋଇଛି ଏକାଧିକ ଟିମ୍‌ । ଖୁବ ଶୀଘ୍ର ଶୁଭମକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି ।

ରବିବାର ଭୋର ୩ଟା ସମୟରେ ରାମ ମନ୍ଦିର ସାମ୍ନାରେ ବିକ୍ଷାବୃତ୍ତି କରୁଥିବା ଜଣେ ଦୃଷ୍ଟିବାଧିତ ମାଆ କୋଳରୁ ପିଲା ଚୋରି ହୋଇଥିବା ନେଇ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି । ଅପହରଣକାରୀ ମାନେ ଆସି ଯେପରି କେହି ତାଙ୍କ ଉପରେ ସନ୍ଦେହ ନ କରିବେ, ସେଥିପାଇଁ ପ୍ରଥମେ ମା’ ଓ ପିଲାକୁ ଜୁସ୍ ପିଇବାକୁ ଦେଇଥିଲେ । ପରେ ପିଲାକୁ ମୋବାଇଲ ଦେଖାଇଥିଲେ, ଆଉ ଖେଳାଇବା ବାହାନାରେ ମା କୋଳରୁ ପିଲାକୁ ନେଇ ପଳାଇଥିଲେ । ଏସଂକ୍ରାନ୍ତରେ ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଏକାଧିକ ସିସିଟିଭି ଯାଞ୍ଚ କରିବା ପରେ ମହିଳାଙ୍କ ଅଭିଯୋଗର ସତ୍ୟତା ଥିବା ଜାଣିବାକୁ ପାଇଥିଲା । ଦୁର୍ବୃତ୍ତମାନେ ଜଣେ ଦେଢ ବର୍ଷର ଶିଶୁକୁ ଏକ ଗାଡିରେ ଖାରବେଳ ନଗର ଥାନା ଅଞ୍ଚଳ ଦେଇ ଯାଉଥିବାର ଦେଖିବାକୁ ମିଳିଥିଲା ।

Tags: