ଏଫଏମ ପୀଡ଼ିତାଙ୍କ ଆତ୍ମାହୁତି ଘଟଣାରେ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ , ଶୋକ ବ୍ୟକ୍ତ କଲେ ବିଶିଷ୍ଟ ରାଜନେତା

ଭୁବନେଶ୍ୱର/ବାଲେଶ୍ୱର : ଜୀବନ ସହ ସଂଘର୍ଷ କରି ହାରିଗଲେ ଏଫଏମ ପୀଡ଼ିତା । ୩ ଦିନ ଧରି ଭୁବନେଶ୍ୱରରେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ୧୪ ତାରିଖ ବିଳମ୍ବିତ ରାତି ୧୧.୪୪ ରେ ଦେହାନ୍ତ ହୋଇଛି । ମେଧାବୀ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଦେହାନ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି ମୃତ ଛାତ୍ରୀଙ୍କ ପରିବାରକୁ ଆଶ୍ୱସନା ଦେଇଛନ୍ତି । ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ […]

ଏଫଏମ ପୀଡ଼ିତାଙ୍କ ଆତ୍ମାହୁତି ଘଟଣାରେ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ , ଶୋକ ବ୍ୟକ୍ତ କଲେ ବିଶିଷ୍ଟ ରାଜନେତା
Samaya Live Picture
Published On

ଭୁବନେଶ୍ୱର/ବାଲେଶ୍ୱର : ଜୀବନ ସହ ସଂଘର୍ଷ କରି ହାରିଗଲେ ଏଫଏମ ପୀଡ଼ିତା । ୩ ଦିନ ଧରି ଭୁବନେଶ୍ୱରରେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ୧୪ ତାରିଖ ବିଳମ୍ବିତ ରାତି ୧୧.୪୪ ରେ ଦେହାନ୍ତ ହୋଇଛି । ମେଧାବୀ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଦେହାନ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି ମୃତ ଛାତ୍ରୀଙ୍କ ପରିବାରକୁ ଆଶ୍ୱସନା ଦେଇଛନ୍ତି । ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଦିଂବଗତ ଆତ୍ମାର ସଦଗତି ପାଇଁ ପାର୍ଥନା କରିଛନ୍ତି ।
ଏଫଏମ ପୀଡ଼ିତାଙ୍କ ଆତ୍ମାହୁତି ଘଟଣାରେ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ , ଶୋକ ବ୍ୟକ୍ତ କଲେ ବିଶିଷ୍ଟ ରାଜନେତା

ସେହିପରି ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଦୋଷୀକୁ କଠୋର ଦଣ୍ଡ ମିଳିବ । ଆଶା କରିଥିଲୁ ଝିଅ ବଞ୍ଚିଯିବ ବୋଲି, କିନ୍ତୁ ସମ୍ଭବ ହେଲାନି । ଯେଉଁମାନେ ବି ଏହି ଘଟଣାରେ ସଂପୃକ୍ତ ଅଛନ୍ତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଏଫଏମ ପୀଡ଼ିତାଙ୍କ ଆତ୍ମାହୁତି ଘଟଣାରେ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ , ଶୋକ ବ୍ୟକ୍ତ କଲେ ବିଶିଷ୍ଟ ରାଜନେତା

ରାଜ୍ୟପାଳ ହରିବାବୁ କମ୍ଭମପାଟି

ଏଫଏମ କଲେଜ ଛାତ୍ରୀଙ୍କ ଦେହାନ୍ତକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ସେସିଆଲ ମିଡିଆରେ ପୋଷ୍ଟ କରି ରାଜ୍ୟପାଳ କହିଛନ୍ତି, ଛାତ୍ରୀଙ୍କ ଦେହାନ୍ତ କେବଳ ଏକ ଦୁଃଖଦ ଘଟଣା ନୁହେଁ। ଛାତ୍ରୀ ମୃତ୍ୟୁ ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିବ । ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବ । କ୍ୟାମ୍ପସକୁ ସୁରକ୍ଷିତ ରଖିବାର ଜରୁରୀ ଆବଶ୍ୟକତା ରହିଛି । ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରକୁ ରାଜ୍ୟପାଳ ସମବେଦନା ଜଣାଇଛନ୍ତି ।
ଏଫଏମ ପୀଡ଼ିତାଙ୍କ ଆତ୍ମାହୁତି ଘଟଣାରେ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ , ଶୋକ ବ୍ୟକ୍ତ କଲେ ବିଶିଷ୍ଟ ରାଜନେତା

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମବେଦନା

ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶୋକସନ୍ତପ୍ତ ପରିବାରକୁ ସେ ଗଭୀର ସମବେଦନା ଜଣାଇଛନ୍ତି। ଏହା ସହ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ଏହାସହ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ନବୀନ ପଟ୍ଟନାୟକ।
ଏଫଏମ ପୀଡ଼ିତାଙ୍କ ଆତ୍ମାହୁତି ଘଟଣାରେ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ , ଶୋକ ବ୍ୟକ୍ତ କଲେ ବିଶିଷ୍ଟ ରାଜନେତା

ସେ କହିଛନ୍ତି ଯେ, କିପରି ଗୋଟେ ବିଫଳ ବ୍ୟବସ୍ଥା ଜଣଙ୍କ ଜୀବନ ନେଇଛି। ସବୁଠୁ କଷ୍ଟଦାୟକ ହେଉଛି, ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏପରି ଏକ ବ୍ୟବସ୍ଥାର ଫଳ। ଯାହା ସାହାଯ୍ୟ କରିବା ବଦଳରେ ଚୁପ୍ ରହିଲା। ନ୍ୟାୟ ପାଇବାକୁ ସଂଗ୍ରାମ କରି କରି ଶେଷରେ ଝିଅଟି ଆଖି ବୁଜିଦେଲା।

ରାହୁଲ ଗାନ୍ଧୀ

ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧୀଙ୍କ ଉଦବେଗ। ‘ଏହା ଆତ୍ମହତ୍ୟା ନୁହେଁ, ବ୍ୟବସ୍ଥା ଦ୍ଵାରା ସଙ୍ଗଠିତ ହତ୍ୟା। ଯୌନ ଶୋଷଣ ବିରୋଧରେ ସାହାସୀ ଝିଅ ସ୍ଵର ଉଠାଇଲେ। କିନ୍ତୁ ନ୍ୟାୟ ପରିବର୍ତ୍ତେ ତାଙ୍କୁ ଧମକ ଦିଆଗଲା, ଅପମାନିତ କରାଗଲା। ନୀରିହ ଝିଅକୁ ଆତ୍ମାହୁତି ପାଇଁ ବାଧ୍ୟ କରାଗଲା। ଆଜି ଦେଶର ଝିଅମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦରକାର।’
ଏଫଏମ ପୀଡ଼ିତାଙ୍କ ଆତ୍ମାହୁତି ଘଟଣାରେ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ , ଶୋକ ବ୍ୟକ୍ତ କଲେ ବିଶିଷ୍ଟ ରାଜନେତା

ସେହିପରି ଗତକାଲି ଏହି ସଙ୍ଗକୁ ଦିଲ୍ଲୀ ଯାଏଁ ଟାଣି ବିଜେପି ସରକାର ବିରୋଧରେ ବର୍ଷିଛି କଂଗ୍ରେସ । ଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟାଳୟରେ ମହିଳା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲକା ଲାମ୍ବା ଓ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ।ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପିସିସି ମିଡିଆ ସେଲ୍‌ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଭୁବନେଶ୍ଵର କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି।

ସେପଟେ ବାଲେଶ୍ଵର ଏଫଏମ କଲେଜରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ମାମଲାରେ ସହଦେବଖୁଣ୍ଟା ଥାନାରେ ରୁଜୁ ମାମଲାର ତଦନ୍ତ ଜାରି । ଭାରତୀୟ ନ୍ୟାୟ ସଂହିତା-BNS ଧାରା ୭୫(୧) ରେ ଯୌନ ନିର୍ଯାତନା ନେଇ ମାମଲା ରୁଜୁ ହୋଇଛି । ସେହିଭଳି ଜୀବନ ହାରିବା ଉଦ୍ୟମ ପାଇଁ ପ୍ରବର୍ତ୍ତାଇବା ନେଇ ଧାରା ଲାଗିଛି । ସବୁ ଦିଗରୁ ତଦନ୍ତ କରାଯାଉଛି ।

Tags: