ଟ୍ୱିନ ସିଟିରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା

ଭୁବନେଶ୍ୱର : ରାଜ୍ୟରେ ପଶ୍ଚିମାଝଡ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆଜି ସକାଳୁ କଟକ ଭୁବନେଶ୍ୱର ସମେତ କେତେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି I ଏହାସହିତ କୋହୋଲା ପାଗ ସାଙ୍ଗକୁ ଥଣ୍ଡା ପବନ ବୋହୁଛି I ପାଣିପାଗ ବିଭାଗର ସୂଚନା ଅନୁସାରେ ୩ ଘଣ୍ଟା ପାଇଁ ୧୪ ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି I ସେ ଗୁଡିକ ମଧ୍ୟରେ ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ନୂଆପଡା, ବୌଦ୍ଧ, ସୋନପୁର, […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ପଶ୍ଚିମାଝଡ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆଜି ସକାଳୁ କଟକ ଭୁବନେଶ୍ୱର ସମେତ କେତେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି I ଏହାସହିତ କୋହୋଲା ପାଗ ସାଙ୍ଗକୁ ଥଣ୍ଡା ପବନ ବୋହୁଛି I

ପାଣିପାଗ ବିଭାଗର ସୂଚନା ଅନୁସାରେ ୩ ଘଣ୍ଟା ପାଇଁ ୧୪ ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି I ସେ ଗୁଡିକ ମଧ୍ୟରେ ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ନୂଆପଡା, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୁଳ ଏବଂ ଦେବଗଡ ଜିଲ୍ଲା ରହିଛି I ଏହି ଜିଲ୍ଲା ଗୁଡିକରେ ଅନେକ ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

କାଳବୈଶାଖୀ ପ୍ରଭାବରେ ରାଜ୍ୟବାସୀଙ୍କୁ ପ୍ରଚଣ୍ଡ ରୋୖଦ୍ରତାପରୁ ସାମାନ୍ୟ ଆଶ୍ବସ୍ତି ମିଳିଛି I ବର୍ତ୍ତମାନ ରାଜ୍ୟର ପାଣିପାଗ ସ୍ୱାଭାବିକ ଥିବାବେଳେ ତାପମାତ୍ରା ତଳମୁହାଁ ହୋଇଛି I ଲଗାତାର ୩ୟ ଦିନରେ ରାଜ୍ୟର କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିନାହିଁ I ତେବେ ୧୩ ତାରିଖ ବେଳକୁ ରାଜ୍ୟର ତାପମାତ୍ରା ୩ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି I ୧୭-୧୮ ତାରିଖ ବେଳକୁ ତାପମାତ୍ରା କେତେକ ସ୍ଥାନରେ ୪୨ ଡିଗ୍ରୀ ରୁ ୪୪ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା ରହିଛି I

Tags: