ରାଜ୍ୟରେ ଆଜି ଆକାଶ ମେଘୁଆ ରହିବ : ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା
ଭୁବନେଶ୍ୱର:ଆଜି ରାଜ୍ୟରେ ଆକାଶ ମେଘୁଆ ରହିପାରେ।ରାଜ୍ୟରେ ଏଭଳି ମେଘୁଆ ପାଗ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର,ପୁରୀ,କଟକ,ଖୋର୍ଦ୍ଧା,ନୟାଗଡ଼, ଗଜପତି,ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି।ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ସୁନ୍ଦରଗଡ଼,କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡିର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ। ସେହିପରି ଶନିବାରମୟୁରଭଞ୍ଜ,ସୁନ୍ଦରଗଡ଼,ମାଲକାନଗିରିରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା ଅଛି। ଡିସେମ୍ବର ପହିଲାରୁ ରାଜ୍ୟରେ […]
ଭୁବନେଶ୍ୱର:ଆଜି ରାଜ୍ୟରେ ଆକାଶ ମେଘୁଆ ରହିପାରେ।ରାଜ୍ୟରେ ଏଭଳି ମେଘୁଆ ପାଗ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି
ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର,ପୁରୀ,କଟକ,ଖୋର୍ଦ୍ଧା,ନୟାଗଡ଼, ଗଜପତି,ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି।ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ସୁନ୍ଦରଗଡ଼,କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡିର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ।
ସେହିପରି ଶନିବାରମୟୁରଭଞ୍ଜ,ସୁନ୍ଦରଗଡ଼,ମାଲକାନଗିରିରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା ଅଛି। ଡିସେମ୍ବର ପହିଲାରୁ ରାଜ୍ୟରେ ପାଗ ପୂରା ଶୁଖିଲା ରହିବ।ବର୍ତ୍ତମାନ ଶୀତ ପ୍ରକୋପ କମିବ।ଦିନକ ପରେ ରାତି ତାପମାତ୍ରା ୨ରୁ୪ ଡିଗ୍ରୀ ସେଲସିୟସ୍ ବଢ଼ିପାରେ।ରାଜ୍ୟରେ ଗତ କିଛିଦିନ ହେବ ଶୀତ ଜାରି ରହିଛି ।




