ଜଳିଗଲା କପଡା ଦୋକାନ,୫୦ ଲକ୍ଷର କ୍ଷତି

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାରରେ ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ଘଟି ଯାଇଛି ଭୟଙ୍କର ଅଗ୍ନିକାଣ୍ଡ I ଏଥିରେ ପାଖାପାଖି ୫୦ ଲକ୍ଷ ଟଙ୍କାର କପଡା ଜାଳି ବଜାଇଛି I ଆଜି ସକାଳେ ଲୁଗା ଦୋକାନଟି ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ I ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି । ତେବେ ନିଆଁ ଓ ଧୂଆଁ ରେ ଦୋକାନ ଟି […]

Samaya Live Picture
Published On

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାରରେ ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ଘଟି ଯାଇଛି ଭୟଙ୍କର ଅଗ୍ନିକାଣ୍ଡ I ଏଥିରେ ପାଖାପାଖି ୫୦ ଲକ୍ଷ ଟଙ୍କାର କପଡା ଜାଳି ବଜାଇଛି I ଆଜି ସକାଳେ ଲୁଗା ଦୋକାନଟି ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ I ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି । ତେବେ ନିଆଁ ଓ ଧୂଆଁ ରେ ଦୋକାନ ଟି ପୋଡ଼ି ଛାର ଖାର ହୋଇଯାଇଥିବା ଜଣାପଡିଛି I ଏଥି ସହ ପାଖରେ ଥିବା ଏକ ଇଲେକ୍ଟ୍ରି ଦୋକାନର ୩୦ଟି ଏଲିଇଡ଼ି ଟିଭି ଡ୍ରେସ ଦୋକାନରେ ଗଚ୍ଛିତ ଥିଲା ତାହା ମଧ୍ୟ ଜାଳିପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡି ନଥିବାବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି

Tags: