ଖୋଲିବ ବନ୍ଦ ଥିବା ମଦ ଦୋକାନ

ଭୁବନେଶ୍ୱର : ରାଜ୍ୟରେ ଖୋଲିବାକୁ ଯାଉଛି ବନ୍ଦ୍‌ ପଡ଼ିଥିବା ମଦ ଦୋକାନ। ବନ୍ଦ ଥିବା ୭୦ଟି ମଦ ଦୋକାନ ପୁଣି ଖୋଲିବାକୁ ଅବକାରୀ ବିଭାଗ ତରଫରୁ ଅନୁମତି ଦିଆଯାଇଛି । ଏହାସହିତ ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଛି । ସେହିଅନୁସାରେ,ବାଲେଶ୍ୱରରେ ସର୍ବାଧିକ ୧୭ ଟି, ଗଞ୍ଜାମ ରେ ୧୦ ଟି, ନୟାଗଡ ରେ ୯ ଟି, ମୟୁରଭଞ୍ଜ ରେ ୮ ଟି, […]

ଖୋଲିବ ବନ୍ଦ ଥିବା ମଦ ଦୋକାନ
Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଖୋଲିବାକୁ ଯାଉଛି ବନ୍ଦ୍‌ ପଡ଼ିଥିବା ମଦ ଦୋକାନ। ବନ୍ଦ ଥିବା ୭୦ଟି ମଦ ଦୋକାନ ପୁଣି ଖୋଲିବାକୁ ଅବକାରୀ ବିଭାଗ ତରଫରୁ ଅନୁମତି ଦିଆଯାଇଛି । ଏହାସହିତ ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଛି ।

ସେହିଅନୁସାରେ,ବାଲେଶ୍ୱରରେ ସର୍ବାଧିକ ୧୭ ଟି, ଗଞ୍ଜାମ ରେ ୧୦ ଟି, ନୟାଗଡ ରେ ୯ ଟି, ମୟୁରଭଞ୍ଜ ରେ ୮ ଟି, କଟକରେ ୭ ଟି, ରାଉଲକେଲାରେ ୫ ଟି, କେଉଁଝରରେ ୩ ଟି, ବ୍ରହ୍ମପୁରରେ ୪ ଟି, ବଲାଙ୍ଗୀରରେ ୨ଟି, କନ୍ଧମାଳ ରେ ୩ ଟି ଏବଂ ମାଲକାନଗିରି, ସମ୍ବଲପୁର ରେ ଗୋଟିଏ ଲେଖାଏଁ ବନ୍ଦ ଥିବା ମଦ ଦୋକାନ ଖୋଲିବେ ରାଜ୍ୟ ସରକାର ।

ସେହିପରି ପୁରୀରେ ୩ ଟି ଓ ଭୁବନେଶ୍ୱର ରେ ୧ଟି ନୂଆ ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଛି । ଏହା ସହ ଢେଙ୍କାନାଳରେ ୨ ଟି ଏବଂ କଟକରେ ଗୋଟିଏ ମଦ କାରଖାନା ଖୋଲିବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ଅଛି । ଆଜି ବିଧାନସଭାରେ ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି ।

Tags: