AI ଏବଂ CCTV ନଜରରେ ରହିବ ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର
ଭୁବନେଶ୍ୱର : ମଙ୍ଗଳବାର ଠାରୁ ଆରମ୍ଭ ହେବ ଦଶମଶ୍ରେଣୀ ବୋର୍ଡ ପରୀକ୍ଷା I ଫେବୃଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ ପରୀକ୍ଷା I ଚଳିତ ଥର ରାଜ୍ୟରେ ୩୦୪୭ଟି କେନ୍ଦ୍ରରେ ୫,୫୧ ହଜାର ୬୧୧ ଜଣ ରେଗୁଲାର ପ୍ରାର୍ଥୀ ପରୀକ୍ଷା ଦେବେ I ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସ୍ୱଚ୍ଛତା ରକ୍ଷା କରିବା ସହିତ ସୁପରିଚାଳନା ପାଇଁ ଯଥାସମ୍ଭବ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାସହ ଦୁର୍ଗମ […]
ଭୁବନେଶ୍ୱର : ମଙ୍ଗଳବାର ଠାରୁ ଆରମ୍ଭ ହେବ ଦଶମଶ୍ରେଣୀ ବୋର୍ଡ ପରୀକ୍ଷା I ଫେବୃଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ ପରୀକ୍ଷା I ଚଳିତ ଥର ରାଜ୍ୟରେ ୩୦୪୭ଟି କେନ୍ଦ୍ରରେ ୫,୫୧ ହଜାର ୬୧୧ ଜଣ ରେଗୁଲାର ପ୍ରାର୍ଥୀ ପରୀକ୍ଷା ଦେବେ I ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସ୍ୱଚ୍ଛତା ରକ୍ଷା କରିବା ସହିତ ସୁପରିଚାଳନା ପାଇଁ ଯଥାସମ୍ଭବ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାସହ ଦୁର୍ଗମ ଅଞ୍ଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି ।
ପରୀକ୍ଷା ୯ ଟାରୁ ଆରମ୍ଭ ହୋଇ ଦିନ ୧୧ ଟାରେ ସରିବ I ଏଥିପାଇଁ ପରୀକ୍ଷାର୍ଥୀ ମାନେ ଦେଢ଼ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୭ ଟାରୁ ୮.୧୫ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଁଚିବେ I ସକାଳ ୮.୩୦ ରେ ଖୋଲିବ ଷ୍ଟ୍ରଙ୍ଗ ରୁମ I ୮.୪୫ ରେ ପ୍ରଥମ ସେଟ ଓ ୯ଟାରେ ଦ୍ଵିତୀୟ ସେଟ ପ୍ରଶ୍ନ ପତ୍ର ଖୋଲାଯିବ I
କପି ରୋକିବା ପାଇଁ ୪୧ ଟି ସ୍କ୍ୱାଡ଼ ଗଠନ କରିଛି ବୋର୍ଡ I ସେହିପରି ଡିଇଓ ସ୍ତରରେ ୭୨ ଟି ସ୍କ୍ୱାଡ଼ ଗଠନ କରାଯାଇଛି I ଏହାବାଦ ଫ୍ଲାଇଙ୍ଗ ସ୍କ୍ୱାଡ଼ ସ୍ଥାନୀୟ ପ୍ରଶାସନ ଏବଂ ଅବଜର୍ଭର ସ୍ତରରେ ସ୍କ୍ୱାଡ଼ ଗଠନ କରାଯାଇଛି I ଏତଦବ୍ୟତୀତ ୩୧୩ ଟି ନୋଡାଲ ସେଣ୍ଟର ଗୁଡିକୁ ଜଗିବ ସିସିଟିଭି I
ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଚଳିତ ବର୍ଷ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ। ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରାଯିବ। ବୋର୍ଡ ମୁଖ୍ୟଳୟରେ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ତା ଉପରେ ନଜର ରଖାଯିବ। ଏହାସହ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଇଭ ଷ୍ଟ୍ରିମିଙ୍ଗ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ମାର୍ଚ୍ଚ ୧୫ ରୁ ଖାତା ଦେଖା ଆରମ୍ଭ ହୋଇ ୧୨ ଦିନ ମଧ୍ୟରେ ସରିବାକୁ ଥିବାବେଳେ ମେ’ ମାସରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି I




