ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ

ଭୁବନେଶ୍ୱର : ଭୁବନେଶ୍ୱର ଝାରପଡା ଜେଲ ଭିତରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ I ଗତକାଲି ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡିଛି I ଏଥିରେ ୪ ଜଣ ବିଚାରାଧୀନ କଏଦୀ ଗୁରୁତର ହୋଇଛନ୍ତି I ଏଥିରେ ଜଣେ କେଡ଼ିଙ୍କର ଆଖି ନଷ୍ଟ ହୋଇ ଯାଇଛି I ସେମାନଙ୍କୁ ଜେଲ ହସ୍ପିଟାଲ ଭିତରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି I ଜେଲ ଭିତରେ ନିଶା ଦ୍ରବ୍ୟ ପ୍ରବେଶକୁ ନେଇ ଏହି ଗଣ୍ଡଗୋଳ […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ଝାରପଡା ଜେଲ ଭିତରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ I ଗତକାଲି ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡିଛି I ଏଥିରେ ୪ ଜଣ ବିଚାରାଧୀନ କଏଦୀ ଗୁରୁତର ହୋଇଛନ୍ତି I ଏଥିରେ ଜଣେ କେଡ଼ିଙ୍କର ଆଖି ନଷ୍ଟ ହୋଇ ଯାଇଛି I ସେମାନଙ୍କୁ ଜେଲ ହସ୍ପିଟାଲ ଭିତରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି I ଜେଲ ଭିତରେ ନିଶା ଦ୍ରବ୍ୟ ପ୍ରବେଶକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା କୁହାଯାଉଛି I

ସୂଚନାନୁସାରେ,ଗତକାଲି ରାତିରେ ହୋଇଥିବା ଗୋଷ୍ଠୀ ସଂଘର୍ଷର ମୁଖ୍ୟ ନାୟକ ହେଉଛି ଚକରା ନାୟକ ଓରଫ ଚକରା ବାରିକ I ସେ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ I ତା’ନାଁରେ ଅନେକ ଅପରାଧିକ ମାମଲା ରହିଥିବାବେଳେ ୨୦୨୨ ମେ ମାସ ୨୨ ତାରିଖରେ କମିଶନରେଟ ପୋଲିସ ତାକୁ ଏନକାଉଣ୍ଟର କରିଥିଲା I ଜେଲ ଭିତରେ ଅବାଧରେ ନିଶା କାରବାରକୁ ନେଇ ଏହି ସଂଘର୍ଷ ଘଟିଛି I ପୂର୍ବରୁ ମଧ୍ୟ ଜେଲ ଭିତରେ ବ୍ରାଉନ ସୁଗାର କାରବାରକୁ ନେଇ ଗଣ୍ଡଗୋଳ ଘଟିଥିବା ଜଣା ପଡିଛି I

Tags: