ଇଣ୍ଟର ମେଡିକ୍ସ କାର୍ଯ୍ୟକ୍ରମ ବେଳେ ମେଡିକାଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜିରେ ଇଣ୍ଟର ମେଡିକ୍ସ କାର୍ଯ୍ୟକ୍ରମ ବେଳେ ଗଣ୍ଡଗୋଳ । ୱେଲକମ୍ ସେରିମନି ବେଳେ କୌଣସି ଘଟଣାକୁ ନେଇ ବୁର୍ଲା ଭୀମସାର- କଟକ ଏସସିବି ଏବଂ ବ୍ରହ୍ମପୁର ଏମକେସିଜିର ପିଲାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଛି । ପରସ୍ପରକୁ ଠେଲାପେଲା ବେଳେ କିଛି ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ଆହତ ଦୁଇଜଣ ଏସସିବି ମେଡ଼ିକାଲ କଲେଜର ବୋଲି ଜଣାପଡିଛି। ଉଭୟଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି। କଟକରୁ ପିଲାମାନେ ଯାଇଥିବା ବସର କାଚ ମଧ୍ୟ […]

ଇଣ୍ଟର ମେଡିକ୍ସ କାର୍ଯ୍ୟକ୍ରମ ବେଳେ ମେଡିକାଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ
Samaya Live Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜିରେ ଇଣ୍ଟର ମେଡିକ୍ସ କାର୍ଯ୍ୟକ୍ରମ ବେଳେ ଗଣ୍ଡଗୋଳ । ୱେଲକମ୍ ସେରିମନି ବେଳେ କୌଣସି ଘଟଣାକୁ ନେଇ ବୁର୍ଲା ଭୀମସାର- କଟକ ଏସସିବି ଏବଂ ବ୍ରହ୍ମପୁର ଏମକେସିଜିର ପିଲାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଛି । ପରସ୍ପରକୁ ଠେଲାପେଲା ବେଳେ କିଛି ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ଆହତ ଦୁଇଜଣ ଏସସିବି ମେଡ଼ିକାଲ କଲେଜର ବୋଲି ଜଣାପଡିଛି। ଉଭୟଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି। କଟକରୁ ପିଲାମାନେ ଯାଇଥିବା ବସର କାଚ ମଧ୍ୟ ଭାଙ୍ଗି ଯାଇଛି ଇ ତେବେ ଗଣ୍ଡଗୋଳ ପରେ ଏସସିବି ମେଡିକାଲ ପଲାମାନେ ଫେରି ଯାଇଥିବା ଜଣା ପଡିଛି ।

ସୂଚନାନୁସାରେ,ଗତକାଲି ରାତିରେ ଏସସିବି ମେଡ଼ିକାଲ କଲେଜ ବିଦ୍ୟାର୍ଥୀମାନେ ଏମକେସିଜିରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରିବା ବଦଳରେ ଗାଳିଗୁଲଜ କରିଥିଲେ। ଏହାପରେ ଏସସିବି ଛାତ୍ରମାନେ ଏମକେସିଜିର କିଛି ବିଦ୍ୟାର୍ଥୀଙ୍କ ଉପରେ ଛେପ ପକାଇଥିଲେ ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ପାହାନ୍ତିଆ ପ୍ରାୟ ୩ଟାରେ ଦୁଇ ଛାତ୍ର ଗୋଷ୍ଠୀ ଭିତରେ ମଦ କାଚ ବୋତଲ ଫୋପଡ଼ା ଫୋପାଡି ହୋଇଥିଲେ। ଏନେଇ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷାଙ୍କୁ ବୁଝାସୁଝା କରିଥିଲା। ଘଟଣାକୁ ନେଇ କିଛି ଛାତ୍ର ଥାନାରେ ଏତଲା ଦେଇଥିବା ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତଦନ୍ତ କରାଯିବ ବୋଲି କହିଛନ୍ତି ରେଜିଷ୍ଟ୍ରାର । ଏମକେସିଜ ପରିସରରେ ୧୧ତାରିଖରୁ ଇଣ୍ଟର ମେଡିକ୍ସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ, ୧୫ରୁ ୧୯ ତାରିଖରେ ନୃତ୍ୟଗୀତ କାର୍ଯ୍ୟକ୍ରମ ରହିଛି ।

Tags: