ରାଜଧାନୀରେ ବିଜେପି କର୍ମୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର : ରାଜଧାନୀରେ ବିଜେପି ନେତା ଓ କର୍ମୀ ଏବଂ ପୋଲିସ ମଧ୍ୟରେ ହୋଇଛି ଧସ୍ତାଧସ୍ତି। ବିଜେପିର ରାଲି ବେଳେ ଶିଶୁଭବନ ଛକ ଉପରେ ପୋଲିସ ସହ ନେତା ଓ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଖବର ଅନୁସାରେ , ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ମନ୍ତ୍ରୀ ସମୀର ଦାସ ଓ ଲେଡି ବ୍ଲକ ମେଲିଙ୍ଗ କ୍ୱିନ ଅର୍ଚ୍ଚନା ନାଗ କେଳେଙ୍କାରୀ ରେ ସାମିଲ ଥିବା ସମସ୍ତ ଦୋଷୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ବିଜେପି ନେତା ଓ କର୍ମୀ ଏବଂ ପୋଲିସ ମଧ୍ୟରେ ହୋଇଛି ଧସ୍ତାଧସ୍ତି। ବିଜେପିର ରାଲି ବେଳେ ଶିଶୁଭବନ ଛକ ଉପରେ ପୋଲିସ ସହ ନେତା ଓ କର୍ମୀ ମୁହାଁମୁହିଁ ହୋଇଛନ୍ତି ।

ଖବର ଅନୁସାରେ , ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ମନ୍ତ୍ରୀ ସମୀର ଦାସ ଓ ଲେଡି ବ୍ଲକ ମେଲିଙ୍ଗ କ୍ୱିନ ଅର୍ଚ୍ଚନା ନାଗ କେଳେଙ୍କାରୀ ରେ ସାମିଲ ଥିବା ସମସ୍ତ ଦୋଷୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ବିଶାଳ ରାଲି କରାଯାଇଥିଲା I ରାଲି ବିଜେପି ପାର୍ଟି ଅଫିସରୁ ବାହାରି ନିବୀନ ନିବାସ ଅଭିମୁଖେ ଯାଉଥିବା ସମୟରେ,ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଶିଶୁ ଭବନ ଛକରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଧସ୍ତାଧସ୍ତି ହୋଇଥିଲା।
ରାଜଧାନୀରେ ବିଜେପି କର୍ମୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଏହି ଦୁଇ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ସରକାରଙ୍କ ବିରୋଧ ରେ ଗର୍ଜିଛି ବିଜେପି । ଏହାସହ ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ଏବଂ କାର୍ଯ୍ୟାନୁଷ୍ଠାନ ନନେଲେ ପ୍ରତିବାଦକୁ ଆହୁରି ଜୋରଦାର ଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି।