ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ
ସମ୍ବଲପୁର: ବୁର୍ଲା ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ ଆହତ । ପ୍ରିସ୍ମସ୍-୨୦୨୪ ୟୁଜି ଛାତ୍ର ସଙ୍ଘ ବାର୍ଷିକ ଉତ୍ସବରେ ଏହି ଗୋଷ୍ଠୀ ସଙ୍ଘର୍ଷ ଘଟିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି ବୋଲି ସୂଚନା ମିଳିଛି । ୟୁଜି ଛାତ୍ର ସଂଘର ବାର୍ଷିକ ଉତ୍ସବ ବେଳେ ହାଉସ୍ ସର୍ଜନ ଓ ପିଜି ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ୍ ହୋଇଛି । ହାଉସ୍ ସର୍ଜନଙ୍କ ପକ୍ଷରୁ […]
ସମ୍ବଲପୁର: ବୁର୍ଲା ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ ଆହତ । ପ୍ରିସ୍ମସ୍-୨୦୨୪ ୟୁଜି ଛାତ୍ର ସଙ୍ଘ ବାର୍ଷିକ ଉତ୍ସବରେ ଏହି ଗୋଷ୍ଠୀ ସଙ୍ଘର୍ଷ ଘଟିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି ବୋଲି ସୂଚନା ମିଳିଛି ।
ୟୁଜି ଛାତ୍ର ସଂଘର ବାର୍ଷିକ ଉତ୍ସବ ବେଳେ ହାଉସ୍ ସର୍ଜନ ଓ ପିଜି ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ୍ ହୋଇଛି । ହାଉସ୍ ସର୍ଜନଙ୍କ ପକ୍ଷରୁ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ସେପଟେ ମାଡ଼ ପ୍ରତିବାଦରେ ହାଉସ୍ ସର୍ଜନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରୀରେ ଭୀମସାର ପରିସରରେ ୟୁଜି ଛାତ୍ର ସଂଘର ବାର୍ଷିକ ଉତ୍ସବ ଚାଲିଥିବା ବେଳେ ପିଜି ଛାତ୍ର ଓ ହାଉସ ସର୍ଜନଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ମାରପିଟ ଭଳି ପରିସ୍ଥତି ଉପୁଜିଥିଲା । ତେବେ ସଂଘର୍ଷ ପଛରେ ପିଜି ଛାତ୍ରଙ୍କ ପୂର୍ବ ତିକ୍ତତା ଥିବା ନେଇ ସୂଚନା ମିଳିଛି । ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ହାଉସ୍ ସର୍ଜନ । ସେପଟେ ପିଜି ଛାତ୍ର ସଂଘ ଏବଂ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।




