ନବୀନ ନିବାସ ପାଖରେ ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି: ଅଣ୍ଡା ଓ ଟମାଟୋ ମାଡ଼

ଭୁବନେଶ୍ୱର: ମନ୍ତ୍ରୀ ଧର୍ମେନ୍ଦ୍ର ସାହୁ ମୃତୁ୍ୟ ମାମଲାର ସଠିକ୍‌ ତଦନ୍ତ ଏବଂ ସହମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ ଦାବିରେ ଆଜି ନବୀନ ନିବାସ ପାଖ ଉଠିଛି ପଡ଼ିଛି । ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହେବା ସହିତ କେତେକଙ୍କୁ ଆଘାତ ମଧ୍ୟ ଲାଗିଛି । ପରିସ୍ଥିତି ଏହିପରି ହୋଇଥିଲା ଯେ, ପୋଲିସକୁ ଅଟକାଇବାକୁ ଯାଇ ଛାତ୍ରମାନେ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ଫଳରେ ପୋଲିସ ସେମାନଙ୍କ ମଧ୍ୟ କେତେକଙ୍କୁ […]

Samaya Live Picture
Published On

ଭୁବନେଶ୍ୱର: ମନ୍ତ୍ରୀ ଧର୍ମେନ୍ଦ୍ର ସାହୁ ମୃତୁ୍ୟ ମାମଲାର ସଠିକ୍‌ ତଦନ୍ତ ଏବଂ ସହମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ ଦାବିରେ ଆଜି ନବୀନ ନିବାସ ପାଖ ଉଠିଛି ପଡ଼ିଛି । ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହେବା ସହିତ କେତେକଙ୍କୁ ଆଘାତ ମଧ୍ୟ ଲାଗିଛି । ପରିସ୍ଥିତି ଏହିପରି ହୋଇଥିଲା ଯେ, ପୋଲିସକୁ ଅଟକାଇବାକୁ ଯାଇ ଛାତ୍ରମାନେ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ଫଳରେ ପୋଲିସ ସେମାନଙ୍କ ମଧ୍ୟ କେତେକଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି ।

ନବୀନ ନିବାସ ପାଖରେ ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି: ଅଣ୍ଡା ଓ ଟମାଟୋ ମାଡ଼

ସୂଚନା ଅନୁସାରେ, ନବୀନ ନିବାସ ଅଭିମୁଖେ ଛାତ୍ର କଂଗ୍ରେସର ଛାତ୍ର କର୍ମୀମାନେ ଯାଉଥିବା ବେଳେ ଫରେଷ୍ଟ ପାର୍କ ପାଖରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା । କର୍ମୀମାନେ ବ୍ୟାରିକେଟ୍‌ ଭାଙ୍ଗି ଆଗକୁ ଟପିବାକୁ ଚେଷ୍ଟା କରିଥିଲେ । ଏହାପରେ ପୋଲିସ ଉପରେ ବର୍ଷିବା ସହିତ କର୍ମୀମାନେ ପୋଲିସ ଉପରକୁ ଅଣ୍ଡାମାଡ କରିଥିଲେ । ତେବେ ନବୀନ ନିବାସ ଘେରାଉ ଉଦ୍ୟମ ମଧ୍ୟ କରିଥିଲେ ।

ନବୀନ ନିବାସ ପାଖରେ ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି: ଅଣ୍ଡା ଓ ଟମାଟୋ ମାଡ଼

ସୂଚନା ଥାଉଯେ, ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଆଜି ଛାତ୍ର କଂଗ୍ରେସର କର୍ମୀମାନେ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ । ତାସହିତ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଏହି ଘଟଣାରେ ତଦନ୍ତ ପରିସରଭୁକ୍ତ କରିବା ସହ ତାଙ୍କର ଇସ୍ତଫା ଦାବି କରିଥିଲେ ।