ଚନ୍ଦ୍ରଗ୍ରହଣ ସମୟରେ ଭୋଜନକୁ ନେଇ ହେତୁ-କେତୁ ମୁହæôମୁହିଁ
ଭୁବନେଶ୍ୱର/ବ୍ରହ୍ମପୁର: ଚନ୍ଦ୍ରଗ୍ରହଣରେ ଭୋଜନକୁ ନେଇ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଆଜି ହେତୁବାଦୀ ଓ ପରମ୍ପରାବାଦୀ ବା କେତୁବାଦୀଙ୍କ ମଧ୍ୟରେ ମୁହæôମୁହିଁ ପରିସ୍ଥିତି ହୋଇଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟୋକା ପଥର ଓ ଗୋବର ଫିଙ୍ଗାଫିଙ୍ଗି ହେବା ସହିତ ବୋମା ମାଡ଼ର ସୂଚନା ମିଳିଛି । ପୋଲିସ ସେମାନଙ୍କୁ ଆୟତ୍ତ କରିବାକୁ ଯାଇ ହରଡ଼ଘଣାରେ ପଡ଼ିଛି । ଶେଷରେ ପୋଲିସ ଲାଠି ଚାର୍ଜ କରି ଘଟଣାକୁ ଆୟତ୍ତ କରିଛି । ସୂଚନା ଅନୁସାରେ, ବ୍ରହ୍ମପୁରରେ ହେତୁବାଦୀମାନେ […]
ଭୁବନେଶ୍ୱର/ବ୍ରହ୍ମପୁର: ଚନ୍ଦ୍ରଗ୍ରହଣରେ ଭୋଜନକୁ ନେଇ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଆଜି ହେତୁବାଦୀ ଓ ପରମ୍ପରାବାଦୀ ବା କେତୁବାଦୀଙ୍କ ମଧ୍ୟରେ ମୁହæôମୁହିଁ ପରିସ୍ଥିତି ହୋଇଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟୋକା ପଥର ଓ ଗୋବର ଫିଙ୍ଗାଫିଙ୍ଗି ହେବା ସହିତ ବୋମା ମାଡ଼ର ସୂଚନା ମିଳିଛି । ପୋଲିସ ସେମାନଙ୍କୁ ଆୟତ୍ତ କରିବାକୁ ଯାଇ ହରଡ଼ଘଣାରେ ପଡ଼ିଛି । ଶେଷରେ ପୋଲିସ ଲାଠି ଚାର୍ଜ କରି ଘଟଣାକୁ ଆୟତ୍ତ କରିଛି ।

ସୂଚନା ଅନୁସାରେ, ବ୍ରହ୍ମପୁରରେ ହେତୁବାଦୀମାନେ ସାମୂହିକ ଭୋଜନର ଆୟୋଜନ କରିଥିଲେ । ଏହାକୁ କେତୁବାଦୀମାନେ ତୀବ୍ର ବିରୋଧ କରିଥିଲେ । ବଜରଂଗ ଦଳର କର୍ମୀଙ୍କ ସମେତ ପରଂପରାବାଦୀମାନେ ଆୟୋଜନ ସ୍ଥଳରେ ପହଞ୍ଚି ସାମୂହିକ ଭୋଜନର ଆୟୋଜନକୁ ତୀବ୍ର ବିରୋଧ କରିଥିଲେ ଓ ହେତୁବାଦୀଙ୍କ ପକ୍ଷରୁ ଲଗାଇଥିବା ବ୍ୟାନରକୁ ଚିରି ପକାଇଥିଲେ । ଏଥି ସହିତ ଗୋବର ମାଡ଼ କରିଥିଲେ । ଅପରପକ୍ଷେ ଏହାକୁ ହେତୁବାଦୀମାନେ ମଧ୍ୟ ବିରୋଧ କରିଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ଧସ୍ତଧସ୍ତା ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠି ଚାର୍ଜ କରିଥିଲା ।

ଅନ୍ୟପକ୍ଷରେ, ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହେତୁବାଦୀ ଓ କେତୁବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋହିୟା ଏକାଡେମୀରେ ହେତୁବାଦୀଙ୍କ ପକ୍ଷରୁ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଗ୍ରହଣର କାର୍ଯ୍ୟକ୍ରମ ଥିଲା । ହେତୁବାଦୀଙ୍କ ଖାଦ୍ୟ ଗ୍ରହଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଘଟଣାସ୍ଥଳରେ ପରମ୍ପରାବାଦୀମାନେ ସେଠାରେ ପହଞ୍ଚି ଏହାକୁ ତୀବ୍ର ବିରୋଧ କରିଥିଲେ । ଫଳରେ ଦୁଇ ଗୋଷ୍ଠୀ ପରସ୍ପରକୁ ବିଧା, ଗୋଇଠା ମାରିବା ସହିତ ଗୋବର ଓ ଢେଲାପଥର ମାଡ଼ କରିଥିଲେ ।




