ଓଡ଼ିଶାର ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ଦାବି
ଭୁବନେଶ୍ୱର: ଓଡ଼ିଶାର ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ଦାବି I ନିକଟରେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନI ଓଡ଼ିଶାର ଛେନାପୋଡ଼କୁ ନେଇ ସାମାଜିକ ଗଣମାଧ୍ୟମରେ କରିଛନ୍ତି ଭୁରି ଭୁରି ପ୍ରଶଂସା । ଛେନାପୋଡ଼ର ସ୍ୱାଦ କେବଳ ନୟାଗଡ଼ କିମ୍ବା ଓଡ଼ିଶାରେ ନହୋଇ ଏହା ଏବେ ସର୍ବ ଭାରତୀୟ ସ୍ତରରେ ଲୋକପ୍ରିୟ ହୋଇପାରିଛି I ଆୟୁଷ୍ମାନଙ୍କ ଛେନାପୋଡ଼କୁ ନେଇ ଏହି ଟ୍ବିଟ୍ ଓଡ଼ିଶାବାସୀଙ୍କୁ ଉତ୍ସାହିତ କରିଛି। ଛେନାପୋଡ଼ର ସ୍ବାଦକୁ ନେଇ ଅଭିନେତାଙ୍କ ଟ୍ୱିଟ ପରେ ପୁଣିଥରେ ଛେନାପୋଡ଼ର ଜିଆଇ ଟ୍ୟାଗ୍ […]
ଭୁବନେଶ୍ୱର: ଓଡ଼ିଶାର ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ଦାବି I ନିକଟରେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନI ଓଡ଼ିଶାର ଛେନାପୋଡ଼କୁ ନେଇ ସାମାଜିକ ଗଣମାଧ୍ୟମରେ କରିଛନ୍ତି ଭୁରି ଭୁରି ପ୍ରଶଂସା । ଛେନାପୋଡ଼ର ସ୍ୱାଦ କେବଳ ନୟାଗଡ଼ କିମ୍ବା ଓଡ଼ିଶାରେ ନହୋଇ ଏହା ଏବେ ସର୍ବ ଭାରତୀୟ ସ୍ତରରେ ଲୋକପ୍ରିୟ ହୋଇପାରିଛି I ଆୟୁଷ୍ମାନଙ୍କ ଛେନାପୋଡ଼କୁ ନେଇ ଏହି ଟ୍ବିଟ୍ ଓଡ଼ିଶାବାସୀଙ୍କୁ ଉତ୍ସାହିତ କରିଛି। ଛେନାପୋଡ଼ର ସ୍ବାଦକୁ ନେଇ ଅଭିନେତାଙ୍କ ଟ୍ୱିଟ ପରେ ପୁଣିଥରେ ଛେନାପୋଡ଼ର ଜିଆଇ ଟ୍ୟାଗ୍ ମାନ୍ୟତା ନେଇ ଦାବି ଉଠିଛି I
କିଛିଦିନ ପୂର୍ବରୁ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଯାଜପୁର ମହୋତ୍ସବରେ ଯୋଗ ଦେବାକୁ ଓଡ଼ିଶା ଆସିଥିବା ବେଳେ ଛେନାପୋଡ଼ ଖାଇଥିଲେ । ଛେନାପୋଡ଼ର ସ୍ୱାଦ ତାଙ୍କୁ ଖୁବ ଭଲ ଲାଗିଥିଲା I ଏହାପରେ ସେ ଛେନାପୋଡ଼ର ଏକ ଫଟୋ ପୋଷ୍ଟ କରି ଟ୍ୱିଟ କରିଥିଲେ, ‘ଛେନାପୋଡ଼ର ଏହି ପୋଡ଼ା ଅଂଶ ମୋ ଜୀବନର ‘ଡାର୍କ ସାଇଡ୍ (ଦୁଃଖ ମୁହୂର୍ତ୍ତ)’କୁ ସଫଳତାର ସହ ଏଡ଼ାଇ ଦେଉଛି।’ ଛେନାପୋଡ଼ ର କଳା ଅଂଶ କୁ ନେଇ ତାଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ଉଭେଇ ଯାଇ ଥିବା ସେ ନିଜ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି। I ଏହାକୁ ନେଇ ଓଡିଶା ପର୍ଯ୍ୟଟନ ବିଭାଗ ରୀଟ୍ୱିଟ କରି ଲେଖିଛି ଯେ ଆପଣ ପୁଣିଥରେ ଓଡିଶା ଆସିବେ ବୋଲି ଆଶା କରୁଛୁ |
The dark side of chena poda successfully dilutes the dark side of mine. pic.twitter.com/5gk6rIwktA
— Ayushmann Khurrana (@ayushmannk) February 15, 2023
ଛେନାପୋଡ଼ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଜିଆଇ ଟ୍ୟାଗ ମିଳିବା ଉଚିତ ବୋଲି ଲୋକେ କହିଛନ୍ତି । ପୂର୍ବରୁ ନୟାଗଡ଼ ଜିଲ୍ଲାର ଲୋକମାନେ ନିଜ ଜିଲ୍ଲାର ପରିଚୟ‘ଛେନା ପୋଡ’ପାଇଁ ଜିଆଇ ଟ୍ୟାଗ୍ ଦାବି କରିଆସୁଛନ୍ତି ।ହେଲେ ଏହି ମିଠାକୁ ନେଇ ଜିଆଇ ଟ୍ୟାଗ୍ ଦେବାକୁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ଏ ଦିଗରେ ଉଚିତ୍ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ନୟାଗଡ଼ବାସୀ ।




