ସିଆଇଏସଏଫ ଯବାନଙ୍କ ଆତ୍ମହତ୍ୟା
ରାଉରକେଲା : ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ସିଆଇଏସଏଫ (CISF )ଯବାନ। ମୃତ ଯବାନଙ୍କ ନାଁ ଅଭିନନ୍ଦ ପି କେ। ତାଙ୍କ ଘର କେରଳର କନ୍ନୁର ଜିଲ୍ଲାର ଥିରୁଭାଙ୍ଗାଡୁ ଗାଁରେ ବୋଲି ଜଣାପଡିଛି । ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP) ଏରିଆରେ ଘଟିଛି ଏଭଳି ଘଟଣା। ଗୁରୁବାର ଭୋର ୪ଟାରୁ ସକାଳ ୬ଟା ମଧ୍ୟରେ ଏହି ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି […]
ରାଉରକେଲା : ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ସିଆଇଏସଏଫ (CISF )ଯବାନ। ମୃତ ଯବାନଙ୍କ ନାଁ ଅଭିନନ୍ଦ ପି କେ। ତାଙ୍କ ଘର କେରଳର କନ୍ନୁର ଜିଲ୍ଲାର ଥିରୁଭାଙ୍ଗାଡୁ ଗାଁରେ ବୋଲି ଜଣାପଡିଛି । ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP) ଏରିଆରେ ଘଟିଛି ଏଭଳି ଘଟଣା। ଗୁରୁବାର ଭୋର ୪ଟାରୁ ସକାଳ ୬ଟା ମଧ୍ୟରେ ଏହି ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
ସୂଚନା ଅନୁଯାୟୀ ଅଭିନନ୍ଦ ପି କେ ଗତକାଲି ନାଇଟ୍ ଡ୍ୟୁଟିରେ ନିଯୁକ୍ତ ହୋଇଥିଲେ। ଆଜି ସକାଳ ୮ଟାରେ ତାଙ୍କ ଡ୍ୟୁଟି ଶେଷ ହୋଇଥା’ନ୍ତା। ହେଲେ ଏହି ସମୟ ମଧ୍ୟରେ ଏଭଳି ଏକ ଘଟଣା ଘଟି ଯାଇଛି । ଅଭିନନ୍ଦ ପି କେ ମୁତୟନ ହୋଇଥିବା ସ୍ଥାନରେ ପାଟ୍ରୋଲିଂ ଅଧିକାରୀ ପହଞ୍ଚିବା ପରେ ଘଟଣା ସଂପର୍କରେ ଜଣାପଡ଼ିଥିଲା। ସେ ସଙ୍ଗେ ସଙ୍ଗେ ତାଙ୍କ ଉପରସ୍ଥ ଅଧିକାରୀମାନଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ଏହା ପରେ ଟାଙ୍ଗରପାଲି ଥାନାକୁ ଖବର ଦିଆଯାଇଥିଲା। ଟାଙ୍ଗରପାଲି ଥାନା ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ଶବକୁ ଜବତ କରିଥିଲା। ଅଭିନନ୍ଦ ପି କେ ଙ୍କ ମୃତଦେହକୁ ଆଇଜିଏଚ୍ରେ ରଖାଯାଇଛି। ଘଟଣା ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି।




