ଫେରସ୍ତ ହେବ ଚିଟ ଫଣ୍ଡ ଟଙ୍କା

ଭୁବନେଶ୍ୱର : ଖୁବଶୀଘ୍ର ଚିଟ ଫଣ୍ଡ କ୍ଷତିଗ୍ରସ୍ତ ଫେରି ପାଇବେ ଟଙ୍କା । ଏନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି I ଆଜି ପ୍ରେସମିଟ୍‌ କରି ବଡ଼ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ମୋହନ ସରକାରଙ୍କୁ ଆସନ୍ତା କାଲି ୧୦୦ଦିନ ପୂରିବାକୁ ଯାଉଛି। ଗଣମାଧ୍ୟମରେ ସୂଚନା ଦେଇ ମନମୋହନ କହିଛନ୍ତି, କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ ବହୁତ ଶୀଘ୍ର ଟଙ୍କା ଫେରିପାଇବେ। ଟଙ୍କା ଫେରସ୍ତ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। […]

Samaya Live Picture
Published On

ଭୁବନେଶ୍ୱର : ଖୁବଶୀଘ୍ର ଚିଟ ଫଣ୍ଡ କ୍ଷତିଗ୍ରସ୍ତ ଫେରି ପାଇବେ ଟଙ୍କା । ଏନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି I ଆଜି ପ୍ରେସମିଟ୍‌ କରି ବଡ଼ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ମୋହନ ସରକାରଙ୍କୁ ଆସନ୍ତା କାଲି ୧୦୦ଦିନ ପୂରିବାକୁ ଯାଉଛି। ଗଣମାଧ୍ୟମରେ ସୂଚନା ଦେଇ ମନମୋହନ କହିଛନ୍ତି, କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ ବହୁତ ଶୀଘ୍ର ଟଙ୍କା ଫେରିପାଇବେ। ଟଙ୍କା ଫେରସ୍ତ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

ସେ ଆହୁରି କହିଛନ୍ତି, ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଟଙ୍କା ଫେରସ୍ତ ନେଇ ଆଇନଗତ ତର୍ଜମା କରୁଛି କମିଟି। ଖୁବ ଶୀଘ୍ର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହେବ ବୋଲି ମନମୋହନ ସ୍ପଷ୍ଟ କରିଛନ୍ତି।

Tags: