ଶିଶୁବାଟିକା ଆଡ଼ମିସନ ବେଳେ ପିଲାଙ୍କର ହେବ ଖଡ଼ିଛୁଆଁ – ମନ୍ତ୍ରୀ
ଭୁବନେଶ୍ୱର : ବିଦ୍ୟାଳୟରେ ପାଳନ ହେବ ପ୍ରବେଶ ଉତ୍ସବ । ୨୦୨୫ -୨୬ ଶିକ୍ଷାବର୍ଷ ପାଇଁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ ମାସରେ ପିଲାଙ୍କର ଖଡ଼ି ଛୁଆଁ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳନ କରାଯିବ । ବିଦ୍ୟାଳୟ ବାହାରେ ଥିବା ବୟସ ଉପଯୋଗୀ ସମସ୍ତ ପିଲାଙ୍କୁ ସ୍କୁଲକୁ ଅଣାଯିବ । ନୂଆ କରି […]
ଭୁବନେଶ୍ୱର : ବିଦ୍ୟାଳୟରେ ପାଳନ ହେବ ପ୍ରବେଶ ଉତ୍ସବ । ୨୦୨୫ -୨୬ ଶିକ୍ଷାବର୍ଷ ପାଇଁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ ମାସରେ ପିଲାଙ୍କର ଖଡ଼ି ଛୁଆଁ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳନ କରାଯିବ । ବିଦ୍ୟାଳୟ ବାହାରେ ଥିବା ବୟସ ଉପଯୋଗୀ ସମସ୍ତ ପିଲାଙ୍କୁ ସ୍କୁଲକୁ ଅଣାଯିବ । ନୂଆ କରି ନାମ ଲେଖାଉଥିବା ପିଲାଙ୍କୁ ସ୍କୁଲରେ ସ୍ୱାଗତ କରାଯିବ । ଏପରିକି ଯେଉଁଠି ପିଲାମାନେ ସ୍କୁଲକୁ ଆସୁନଥିବେ ସେଠି ପିଲାଙ୍କୁ ଚିହ୍ନଟ କରାଯାଇ ନାମଲେଖା ପାଇଁ ଉତ୍ସାହିତ କରାଯିବ । ଅଙ୍ଗନବାଡ଼ି କର୍ମୀଙ୍କ ସହାୟତାରେ ସ୍କୁଲ କର୍ତ୍ତୃପକ୍ଷ ୫ ବର୍ଷରୁ ଅଧିକ ଓ ୬ ବର୍ଷରୁ ଅଧିକ ପିଲାଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବ ।
ଏନେଇ ବିଭିନ୍ନ ହ୍ୱାଟସ୍ଆପ ଗ୍ରୁପ୍ରେ ପ୍ରଧାନ ଶିକ୍ଷକଙ୍କ ଦସ୍ତଖତ ଥିବା ଏକ ନୋଟିସ ଦିଆଯାଇଛି । ପ୍ରବେଶ ଉତ୍ସବ ପାଇଁ ଏହା ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବୋଲି କୁହାଯାଇଛି I ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନ କରି ଆଗାମୀ ଶିକ୍ଷା ବର୍ଷର କାର୍ଯ୍ୟକ୍ରମ ଆରମ୍ଭ କରିବେ । ଏହାକୁ ସ୍କୁଲସ୍ତରୀୟ କାର୍ଯ୍ୟକ୍ରମ କରାଯିବ ।
ସୂଚନାନୁସାରେ,ଆସନ୍ତା ଶିକ୍ଷା ବର୍ଷ (୨୦୨୫- ୨୬)ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରାଯିବ । ସମସ୍ତ ପ୍ରାଥମିକ ସ୍କୁଲରେ ଶିଶୁବାଟିକା ଶ୍ରେଣୀ ଖୋଲାଯିବ । ଏଥିରେ ପିଲାଙ୍କୁ ପ୍ରାକ୍ ପ୍ରାଥମିକ ଶ୍ରେଣୀ ପାଠ ପଢ଼ାଯିବ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।




