ବିବାହ ଭୋଜି ଖାଇ ଶିଶୁ ମୃତ,୨୫ ଅସୁସ୍ଥ

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ବ୍ଲକରେ ଘଟିଛି ଅଘଟଣ ଇ ବିବାହ ଭୋଜି ଖାଇ ଗୋଟିଏ ପରିବାରର ଜଣେ ଶିଶୁଙ୍କର ମୃତ୍ୟୁ ଘଟିବା ସହିତ ୪ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି I ଏହା ସହ ୨୫ ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇ ମାଥିଲି ଡାକ୍ତରଖାନାରେ ଭର୍ତି ହୋଇଛନ୍ତି I ବୁଧୁବାର ରାତିରେ ଏହି ଅଘଟଣ ଘଟିଛି I ସୂଚନାନୁସାରେ,ବୁଧୁବାର ରାତିରେ ମାଥିଲି ବ୍ଲକ ନୂଆଗଡ ଗ୍ରାମରେ ଏକ ବିବାହ ଭୋଜି ଥିଲା I […]

Samaya Live Picture
Published On

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ବ୍ଲକରେ ଘଟିଛି ଅଘଟଣ ଇ ବିବାହ ଭୋଜି ଖାଇ ଗୋଟିଏ ପରିବାରର ଜଣେ ଶିଶୁଙ୍କର ମୃତ୍ୟୁ ଘଟିବା ସହିତ ୪ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି I ଏହା ସହ ୨୫ ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇ ମାଥିଲି ଡାକ୍ତରଖାନାରେ ଭର୍ତି ହୋଇଛନ୍ତି I ବୁଧୁବାର ରାତିରେ ଏହି ଅଘଟଣ ଘଟିଛି I

ସୂଚନାନୁସାରେ,ବୁଧୁବାର ରାତିରେ ମାଥିଲି ବ୍ଲକ ନୂଆଗଡ ଗ୍ରାମରେ ଏକ ବିବାହ ଭୋଜି ଥିଲା I ଆଖପାଖ ଅଞ୍ଚଳର ଅନେକ ଲୋକ ଏହି ଭୋଜିରେ ଯୋଗ ଦେଇଥିଲେ। ଚାଉଳମେନ୍ଦି ବନ୍ଧଗୁଡା ଗ୍ରାମର ଧାନ ନାଲି ୪ ପିଲାଙ୍କ ସହ ଏହି ବିବାହକୁ ଆସିଥିଲେ I ତେବେ ଭୋଜି ଖାଇସାରି ଆସିବା ପରେ ବନ୍ଧଗୁଡା ଗ୍ରାମର ୨୫ରୁ ଜଣ ଅଧିକ ଶିଶୁ ଅସୁସ୍ଥ ହୋଇପଡ଼ିଥିଲେ। ଶିଶୁମାନଙ୍କୁ ଝାଡ଼ାବାନ୍ତି ହେବା ଆରମ୍ଭ ହୋଇଯାଇଥିଲା। ସମସ୍ତ ଅସୁସ୍ଥଙ୍କୁ ପ୍ରଥମେ ମାଥିଲି ଓ ପରେ ମାଲକାନଗିରି ଡାକ୍ତରଖାନା ରେ ଭର୍ତି କରାଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମାଗିକା ନାଲି (୭ ବର୍ଷ)ଙ୍କର ମୃତ୍ୟୁ ଘଟିଥିଲା I ଖବର ପାଇ ପୋଲିସ ପହଁଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି I ଗାଁରେ ଏକ ଡାକ୍ତରୀ ଟିମ ପହଁଚି ଖାଦ୍ୟର ମାନ ଯାଞ୍ଚ କରୁଛି I

Tags: