ଚିକିଟି ମଦ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି

ଗଞ୍ଜାମ : ଚିକିଟି ବିଷାକ୍ତ ମଦ ନେଲା ଆଉ ଏକ ଜୀବନ । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ଲକ୍ଷ୍ମଣ ବେହେରା (୫୨) । ମେଡିକାଲ କର୍ତ୍ତୃପକ୍ଷ ବିଳମ୍ବିତ ରାତିରେ ଲକ୍ଷ୍ମଣଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ମଦ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଆଉ ୪ ଜଣ ଏମ୍‌କେସିଜିରେ ଚିକିତ୍ସାଧୀ ଅବସ୍ଥାରେ ଅଛନ୍ତି। ବିଷାକ୍ତ ମଦ […]

Samaya Live Picture
Published On

ଗଞ୍ଜାମ : ଚିକିଟି ବିଷାକ୍ତ ମଦ ନେଲା ଆଉ ଏକ ଜୀବନ । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ଲକ୍ଷ୍ମଣ ବେହେରା (୫୨) । ମେଡିକାଲ କର୍ତ୍ତୃପକ୍ଷ ବିଳମ୍ବିତ ରାତିରେ ଲକ୍ଷ୍ମଣଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ମଦ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଆଉ ୪ ଜଣ ଏମ୍‌କେସିଜିରେ ଚିକିତ୍ସାଧୀ ଅବସ୍ଥାରେ ଅଛନ୍ତି।

ବିଷାକ୍ତ ମଦ ପିଇ ପୂର୍ବରୁ ଚିକିଟି ଜେନାପୁର ଗାଁର ଜୁର ବେହେରା ଓ ଲୋକନାଥ ବେହେରାଙ୍କ ମୃତ୍ୟୁ ହୋଇ ସାରିଛି। ଏହାପରେ ଲକ୍ଷ୍ମଣ ବେହେରାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ମାତ୍ର ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତରଖାନା କତୃପକ୍ଷ ସୂଚନା ଦେଇଛନ୍ତି

Tags: