ମୌସୁମୀ ଅଧିବେଶନ ପୂର୍ବରୁ ବିଭାଗୀୟ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ୱର : ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ । ଅଧିବେଶନ ପୂର୍ବରୁ ବିଭାଗୀୟ ସଚିବଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶନାମା । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ସଜାଗ ରହିବାକୁ କହିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଚିଠିରେ କୁହାଯାଇଛି, ବିଧାନସଭାରେ ଉଠାଯାଇଥିବା ସମସ୍ତ ପ୍ରସଙ୍ଗର ଉତ୍ତର ସଠିକ୍ ଭାବେ ରଖିବେ ବିଭାଗୀୟ ସଚିବ। ବିଧାନସଭା ସମୟରେ ସମସ୍ତ ସଚିବ […]

ମୌସୁମୀ ଅଧିବେଶନ ପୂର୍ବରୁ ବିଭାଗୀୟ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି
Samaya Live Picture
Published On

ଭୁବନେଶ୍ୱର : ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ । ଅଧିବେଶନ ପୂର୍ବରୁ ବିଭାଗୀୟ ସଚିବଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶନାମା । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ସଜାଗ ରହିବାକୁ କହିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଚିଠିରେ କୁହାଯାଇଛି, ବିଧାନସଭାରେ ଉଠାଯାଇଥିବା ସମସ୍ତ ପ୍ରସଙ୍ଗର ଉତ୍ତର ସଠିକ୍ ଭାବେ ରଖିବେ ବିଭାଗୀୟ ସଚିବ। ବିଧାନସଭା ସମୟରେ ସମସ୍ତ ସଚିବ ସଦର ମହକୁମାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ।

ଚିଠିରେ ନିର୍ଦ୍ଦେଶ ରହିଛି, ବିଧାନସଭା ସମୟରେ ସମସ୍ତ ସଚିବମାନେ ସଦର ମହକୁମାରେ ଉପସ୍ଥିତ ରହିବେ । ଏହି ସମୟରେ ସଚିବମାନେ ବିଦେଶ ଯାତ୍ରାରୁ ନିବୃତ୍ତ ରହିବେ । ବିଶେଷକରି ରାଜ୍ୟ ବାହାରକୁ ଗସ୍ତ ଯଥା ସମ୍ଭବ ସୀମିତ ରଖିବେ । ବିଧାନସଭା ପ୍ରଶ୍ନୋତ୍ତର, ମୁଲତବି ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବଗୁଡ଼ିକର ଉତ୍ତର ପାଇଁ ଆବଶ୍ୟକ ତଥ୍ୟ କ୍ଷେତ୍ର କର୍ମଚାରୀମାନେ ଯୋଗାଉଥିବାରୁ ସେମାନେ ସଦର ମହକୁମାରେ ଉପସ୍ଥିତ ରହିବା ଆବଶ୍ୟକ ଅଟେ । ଏହା ସହିତ ଅଧିବେଶନ ସମୟରେ ବିଭାଗୀୟ ସଦର ମହକୁମା କିମ୍ବା ସଚିବାଳୟ ସ୍ତରରେ କୌଣସି ବୈଠକ କରାଯିବ ନାହିଁ । ବୈଠକ ବଦଳରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି ନିଷ୍ପତ୍ତି ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ସେହିପରି ବିଧାନସଭା ସମୟରେ ବିଭାଗୀୟ ସଦର ମହକୁମା କିମ୍ବା ସଚ୍ଚିବାଳୟ ସ୍ତରରେ କୌଣସି ସଭା ଡକାଇ ପାରିବେନି। ସଭା ବଦଲରେ ଭିଡିଓ କନଫରେନ୍ସିଂ ଜରିଆରେ ନିଷ୍ପତ୍ତି ନେଇପାରିବେ।

Tags: